www.samajalive.in
Saturday, December 13, 2025
21.1 C
Bhubaneswar

ଶିକ୍ଷୟିତ୍ରୀଙ୍କୁ ମିଳିଲା ରାଷ୍ଟ୍ରସେବକ ସମ୍ମାନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତାଙ୍କୁ ଅନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର ପକ୍ଷରୁ ରାଷ୍ଟ୍ରସେବକ ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀକ୍ଷେତ୍ର ପୁରୀର ପବିତ୍ର ମାଟିରେ ଅନ୍ତଃରାଷ୍ଟ୍ରୀୟ ବସୁନ୍ଧରା ପରିବାରର ପ୍ରଥମ ବାହ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୁଦ୍ର ବେଳାଭୂମିର ଅନତି ଦୂରରେ ଅବସ୍ଥିତ ରୁମାନୀ ହୋଟେଲରେ ଅଖିଳ ଭାରତୀୟ ମାତୃଶକ୍ତି ପ୍ରମୁଖ ଶ୍ରୀମତୀ ମମତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।

ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ବସୁନ୍ଧରା ପରିବାରର ସଂସ୍ଥାପକ ପୂଜ୍ୟ ଗୁରୁଜୀ ଆଶୁତୋଷ ଅଭିଲେଖ, ବସୁନ୍ଧରା ପରିବାରର ଅଖିଳ ଭାରତୀୟ ସଂରକ୍ଷକ ଶ୍ରୀ ଜଗନ୍ନାଥ ସିଂ (ଭାରତର ଉତ୍ତରପ୍ରଦେଶର ସର୍ବଶ୍ରେଷ୍ଠ ପୂର୍ବ ପ୍ରସାଶନିକ ଅଧିକାରୀ ), କାଉନସିଲର ପୁରୀର ଦିନମଣି ଦେବୀ, ସାକ୍ଷୀଗୋପାଳ କାଉନସିଲର ଦେବଦତ୍ତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

- Advertisement -

ଓଡ଼ିଶାର ବିଭିନ୍ନ ପ୍ରାନ୍ତର ସମାଜ ସଂଗଠକ, ସମାଜ ସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଓ ଉତ୍କଳ ପ୍ରଦେଶର କାର୍ଯ୍ୟକର୍ତ୍ତା ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ । ହରିହର ନନ୍ଦ ଆଶ୍ରମ (ପ୍ରଜ୍ଞାନ ମିଶନ ) ର ପ୍ରାକୃତିକ ପରିବେଶରେ ବାହ୍ୟପ୍ରଶିକ୍ଷଣ ହୋଇଅଛି ଏବଂ ସମୁଦ୍ର ତଟ, କୋଣାର୍କ, ଚନ୍ଦ୍ରଭାଗା ଓ ସାତପଡ଼ାରେ ନୌକା ବିହାରରେ ବନ୍ଦେମାତରମ କାର୍ଯ୍ୟକ୍ରମ ହୋଇଅଛି । ଷଷ୍ଠ ଦିବସୀୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଶ୍ରମର ସାଧୁ ସନ୍ଥଙ୍କ ଉପସ୍ଥିତି ଏବଂ ହରିହର ନନ୍ଦ ବାଳାଶ୍ରମର ଛାତ୍ରଛାତ୍ରୀଙ୍କ ଉପସ୍ଥିତି ରେ ସମାପନ ହୋଇଯାଇଅଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories