www.samajalive.in
Sunday, December 14, 2025
23.1 C
Bhubaneswar

ଯୁବ ବ୍ୟବସାୟୀଙ୍କ ମୃତଦେହ ଜବତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଦକ୍ଷିଣସାହିର ଯୁବବ୍ୟବସାୟୀ ଜୟନ୍ତ କୁମାର ପଣ୍ଡା ଓରଫ ସିଲୁ(୨୮)ଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପୁଲିସ ସିଲୁଙ୍କ ମୃତଦେହକୁ ଜବତ କରିବା ସହ ପଞ୍ଚାନାମା କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି ସାଧାରଣରେ ଅନୁମାନ କରାଯାଉଛି।

ଗତ ଦୁଇବର୍ଷ ତଳେ ପ୍ରେମବିବାହ କରିଥିବା ସିଲୁ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ସିରିଆପୁର ମୌଜାର ବେଣ୍ଟପୋଖରୀଠାରେ ଭଡାଘରେ ନିଜର ୮ମାସର ଶିଶୁପୁତ୍ର ଓ ପତ୍ନୀଙ୍କ ସହ ରହୁଥିଲେ। ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଘରମାଲିକ ଓ ପଡୋଶୀଙ୍କ ସହାୟତାରେ ତାଙ୍କ ପତ୍ନୀ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଶାଳକଙ୍କ ଲିଖିତ ରିପୋର୍ଟକୁ ଆଧାର କରି ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ନିଜଗ୍ରାମ ନୂଆଶାସନରେ ସିଲୁ ଏକ ଦୋକାନ କରିଥିବା ବେଳେ ସେ ଜଣେ ଭଲ ରୋଷେୟା ଭାବେ ସମଗ୍ର ପିପିଲି ଅଞ୍ଚଳରେ ବେଶ୍‍ ପରିଚିତ ଥିଲେ।ତାଙ୍କ ମୃତ୍ୟୁରେ ନୂଆଶାସନ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

- Advertisement -

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories