www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ଓ ନାଗରିକ ସମ୍ମାନ ପ୍ରଦାନ

ବୌଦ୍ଧ: ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ତୃତୀୟ ଥର ମନ୍ତ୍ରୀ ଭାବରେ ସ୍ଥାନ ପାଇବା ସହିତ ତିନୋଟି ପ୍ରମୁଖ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବୌଦ୍ଧର ବରିଷ୍ଠ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ବୌଦ୍ଧ ଗସ୍ତ ଅବସରରେ ସୋମବାର ଦିନ ତାଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରାଯିବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଶ୍ରୀ ଅମାତ ଦୁଇଥର ଓଡ଼ିଶା ବିଧାନସଭାର ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହିତ ପ୍ରଥମଥର ପାଇଁ ଇସ୍ପାତ ଓ ଖଣିମନ୍ତ୍ରୀ, ପରେ ଅର୍ଥମନ୍ତ୍ରୀ ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପାଇଥିଲେ ।

କିନ୍ତୁ ଗତ ନିର୍ବାଚନରେ ଶ୍ରୀ ଅମାତ ଲଗାତାର ଭାବରେ ୫ମ ଥର ପାଇଁ ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରିନବା ଜିଲ୍ଲାବାସୀଙ୍କୁ ନିରାଶ କରିଥିଲା । କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ଭାବରେ ମନ୍ତ୍ରୀମଣ୍ଡଳ ଗଠନ କରାଯିବା ପରେ ବିଧାୟକ ଶ୍ରୀ ଅମାତଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବାପରେ ବୌଦ୍ଧବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ବହୁ ସଂଖ୍ୟାରେ ଶୁଭେଚ୍ଛୁ ଭୁବନେଶ୍ୱରରେ ପହଞ୍ଚି ଶ୍ରୀ ଅମାତଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଦାୟିତ୍ୱ ଗ୍ରହଣ ପରେ ସେ ସୋମବାର ପ୍ରଥମଥର ପାଇଁ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି ।

- Advertisement -

ମନ୍ତ୍ରୀ ଶ୍ରୀ ଅମାତଙ୍କୁ ବହୁ ସଂଖ୍ୟାରେ ସମର୍ଥକ ହରଭଙ୍ଗା ବ୍ଲକର ମାଧପୁରଠାରୁ ସ୍ୱାଗତ କରିବାସହିତ ଏକ ବିରାଟ ଶୋଭାଯାତ୍ରାରେ ଆଣି ରାସ୍ତାସାରା ବ୍ଲକ ଓ ସମସ୍ତ ପଞ୍ଚାୟତର ଛକମାନଙ୍କରେ ସ୍ୱାଗତ କରିଥିଲେ । ସନ୍ଧ୍ୟାରେ ଶ୍ରୀଅମାତ ବୌଦ୍ଧରେ ପହଞ୍ଚିବାପରେ ବୁଟୁପାଲିଠାରୁ ତାଙ୍କୁ ସ୍ୱାଗତ କରାଯିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରା ବୁଟୁପାଲିଠାରୁ ହାତୀଶାଳଛକ, ବାଘଗୁଡାଛକ, ପୁରୁଣା ବ୍ଲକଛକ, ଦୈନିକ ବଜାର, ଭୈରବୀ ଛକ, ଶ୍ରୀଗନ୍ନାଥ ମନ୍ଦିର, ପୋଡାପଡା, ଓୟାରଲେସଛକ, ବ୍ରାହ୍ମଣସାହି ଗାନ୍ଧୀଛକ ଦେଇ ଟାଉନହଲଠାରେ ପହଞ୍ଚିଥିଲା ।

ଟାଉନହଲଠାରେ ଆୟୋଜିତ ନାଗରିକ ସମ୍ମାନ ସମାରୋହରେ ମନ୍ତ୍ରୀ ଶ୍ରୀଅମାତଙ୍କୁ ପ୍ରଥମେ ବ୍ରାହ୍ମଣ ସମାଜ ପକ୍ଷରୁ ଆଶୀର୍ବାଦ ପ୍ରଦାନ କରାଯିବାପରେ ବରିଷ୍ଠ ନାଗରିକ ମଞ୍ଚ, ଜିଲ୍ଲା ଓକିଲ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ, ବୌଦ୍ଧ ବଣିକ ସଂଘ, ଜିଲ୍ଲା କ୍ରୀଡା ସଂଘ, ଶ୍ରୀରାମଲୀଳା ନାଟ୍ୟ ସଂସଦ, ଗେହ୍ଲାମା କଳାନିକେତନ, ମଦନମୋହନ ନାଟ୍ୟକଳା ପରିଷଦ, ପ୍ରଣାମ, ସତ୍ୟସାଇ ସେବା ସଂଗଠନ, ମାରୱାଡି ଯୁବାମଞ୍ଚ, ଘରୋଇ ବସମାଲିକ ସଂଘ, ଜିଲ୍ଲା ଟ୍ରକ ମାଲିକ ସଂଘ, ବୌଦ୍ଧ ଏନଏସି କର୍ମଚାରୀ ସଂଘ, ଅଣଗେଜେଟେଡ ସରକାରୀ କର୍ମଚାରୀ ସଂଘ, ରାଜସ୍ୱ ଅମଲା ସଂଘ, ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘ, ବନକର୍ମଚାରୀ ସଂଘ, ସଙ୍ଗୀତାୟନ, ଜ୍ଞାନ ପ୍ରକାଶ, ଜିଲ୍ଲା ସନ୍ତରଣ ସଂଘ, ଜିଲ୍ଲା ତୀରନ୍ଦାଜ ସଂଘ, ଟେକ୍ସି ମାଲିକ ସଂଘ, ଅଟୋ ମାଲିକ ସଂଘ, କେବିହିଷ୍‌ଟ କଲେଜ, ବୁଦ୍ଧିଜିବୀ ମଂଚ, କରାଟେ ସଂଘ, ପତଞ୍ଜଳି ଯୋଗ ସମିତି, ବିଜେଡି ଆଇନ ସେଲ, ଭାରତ ସ୍ୱାଭିମାନ ଟ୍ରଷ୍ଟ, ରକ୍ତଦାତା ପ୍ରବର୍ତକ ସଂଘ, ବୁଦ୍ଧ ଜୟନ୍ତୀ କମିଟି, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ତାଇକୋଣ୍ଡୁ ସଂଘ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ପରିଚାଳକ ଦଳ, ଏନଏସି ୱାର୍ଡ ସଭ୍ୟସଭ୍ୟା, ଠାକୁର ଅନୁକୂଳ ଚନ୍ଦ୍ର ଓ ନାରାୟଣନଗର ଗ୍ରାମବାସୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜିବୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories