ରେଙ୍ଗାଲି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ସରକାରର ୮ବର୍ଷ ପୂର୍ତ୍ତି ଅବସରରେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ଵୀ ସୂର୍ଯ୍ୟାଙ୍କ ଆହ୍ୱନ କ୍ରମେ ଏକ ବାଇକ୍ ରାଲି କରାଯାଇଛି । ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାଏକଙ୍କ ମାର୍ଗଦର୍ଶନରେ ବିଜେପି ଯୁବ ମୋର୍ଚ୍ଚା ରେଙ୍ଗାଲି ବିଧାନସଭା ପକ୍ଷରୁ ବିକାଶ ତିର୍ଥ ବାଇକ ରାଲି ସ୍ଥାନୀୟ ପଧାନପାଲି ଠାରୁ ବାହାରି ଶାସନ ଦେଇ ରେଙ୍ଗାଲିରେ ପହଞ୍ଚିଥିଲା । ଏହି ବାଇକ ରାଲିରେ ସମ୍ବଲପୁର ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଅଶ୍ୱିନୀ ମାଝୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉତ୍ତମ ବିଶ୍ବାଳ, ଜିଲ୍ଲା ସଂପାଦକ ମନୋରଞ୍ଜନ ଥାପା, ଯୁବମୋର୍ଚ୍ଚା ରେଙ୍ଗାଲି ମଣ୍ଡଳ ସଭାପତି ସନ୍ତୋଷ ସାହୁଙ୍କ ସମେତ ବହୁ ଯୁବମୋର୍ଚ୍ଚା କର୍ମୀ ଯୋଗଦାନ କରିଥିଲେ ।



