www.samajalive.in
Tuesday, December 9, 2025
23.1 C
Bhubaneswar

ଅଟୋ ସହ ୧୨୧ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ/ଫିରିଙ୍ଗିଆ: କିଛିଦିନର ନିରବତା ପରେ ପୁଣି ଥରେ ସକ୍ରିୟ ହୋଇଛି ଫିରିଙ୍ଗିଆ ପୁଲିସ୍‌ । ପୁଲିସ୍‌ ଆଖିରେ ଧୂଳି ଦେଇ ଗଂଜେଇ ମାଫିଆ ମାନେ ସେମାନଙ୍କର ଚୋରା ଗଂଜେଇ ଚାଲାଣ ଜାରି ରଖିଛନ୍ତି । ପ୍ରତ୍ୟେକ ଦିନ ପୁଲିସ୍‌ ଗିରଫ କରିବାସହିତ ଗଂଜେଇ ଚୋର ଚାଲାଣକାରୀ ମାନଙ୍କୁ ମଧ୍ୟ ଗିରଫ କରୁଛି । ତଥାପି କନ୍ଧମାଳ ଜିଲ୍ଲାରେ ଚୋରା ଗଂଜେଇ ଚାଲାଣ କମିବା ନାମ ଧରୁନାହିଁ ।

ଏପରିକି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ ମାନଙ୍କରେ ବଡ଼ ବଡ଼ ଗଂଜେଇ ମାଫିଆ ମାନେ ଡେରା ପକାଇ ବସିଥିବାର ମଧ୍ୟ ଖବର ମିଳୁଛି । ପୁଲିସ୍‌ କିମ୍ବା ଅବକାରୀ ବିଭାଗ ସେମାନଙ୍କର ଟେର୍‌ ପାଉନଥିବା ବେଳେ ସୁବିଧା ଦେଖି ଅନେକ ସମୟରେ ଗଂଜେଇ ଚାଲାଣ ମଧ୍ୟ ଜାରି ରଖିଛନ୍ତି । ବିଶେଷ କରି ବର୍ତ୍ତମାନ ପରିସ୍ଥିତିରେ ଅନେକ ଅଞ୍ଚଳରେ ବହୁ ଶିକ୍ଷିତ ଯୁବକ ଓ ଯୁବତୀ ମାନେ ମଧ୍ୟ ଏହି ଗଂଜେଇ ଚାଲାଣରେ ନିଜକୁ ସାମିଲ୍‌ କରୁଥିବା ମଧ୍ୟ ଅଭିଯୋଗ ମିଳିଛି । ଖବର ପ୍ରକାରେ, କୌଣସି ସୂତ୍ରରୁ ଖବର ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦ୍ଦେଶ ପ୍ରକାରେ, ଫିରିଙ୍ଗିଆ-ଫୁଲବାଣୀ ରାସ୍ତାର ଟେଲାପାଲି ଠାରେ ପୁଲିସ୍‌ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଥିବା ବେଳେ ସେହି ରାସ୍ତାଦେଇ ଆସୁଥିବା ଏକ ଅଟୋକୁ ତନଖୀ ବେଳେ ସେଠାରୁ ୧୨୧ କିଲୋ ୫୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି ।

- Advertisement -

ଏହି ଘଟଣାରେ ପୁଲିସ୍‌ ଫିରିଙ୍ଗିଆ ବ୍ଳକ ନୂଆପଦର ପଂଚାୟତ ବିଲୁପଦର ଗ୍ରାମର ଗିରିଶ ଶେଖର ବେହେରାଙ୍କ ସମେତ ଡିମିରିଗୁଡ଼ା ପଂଚାୟତ ଅନ୍ତର୍ଗତ ଟାମଟିଙ୍ଗିଆ ଅଞ୍ଚଳର ଦୁଇଜଣ ସନ୍ତୋଷ କହଁର ଓ ରମାକାନ୍ତ କହଁରକୁ ଗିରଫ କରିଛି । ଜବତ ହୋଇଥିବା ଗଂଜେଇ ଫିରିଙ୍ଗିଆରୁ ରାଜଧାନୀ ଭୁବନେଶ୍ୱରକୁ ଚାଲାଣ ହେଉଥିବା ପୁଲିସ୍‌ ତାହାର ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ପୁଲିସ୍‌ ଅଟୋକୁ ମଧ୍ୟ ଜବତ କରିବା ସହିତ ଏକ ମାମଲା ରୁଜୁକରି ଗିରଫ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ତଦନ୍ତ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି ନେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories