ପୁଣି ବିବାଦ ଘେରରେ ବୁର୍ଲା ପୁଲିସ

ଫାଣ୍ଡି ମଧ୍ୟରେ ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟରେ ହେଲା ଫଇସଲା

ବୁର୍ଲା: ସଦାସର୍ବଦା କୌଣସି ନା କୌଣସି କାରଣକୁ ନେଇ ବୁର୍ଲା ପୁଲିସ କେତେବେଳେ ଥାନା ମଧ୍ୟରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଦିଆଯିବା ପରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ଏପରିକି ସିସିଟିଭି ଫୁଟେଜ ଉଡ଼ାଇ ଦେବା ତ କେତେବେଳେ ମିଥ୍ୟା କେସରେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯିବା ଘଟଣା ତ କେତେବେଳେ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ ନେବା ସତ୍ୱେ ଯୁବକଙ୍କୁ ମିଥ୍ୟା କେସରେ ଗିରଫ୍‌ କରି କୋର୍ଟକୁ ଚାଲାଣ କରାଯିବା ଘଟଣାକୁ ନେଇ ୫ଟିରେ ଲିଖିତ ଅଭିଯୋଗ ସହିତ ବିଭିନ୍ନ ପ୍ରମାଣପତ୍ର ଦିଆଯିବା ଘଟଣା । ତ କେତେବେଳେ ଅବୈଧ ମଦବେପାରୀଙ୍କୁ ସୁରକ୍ଷା ଦେବା ଆଳରେ ଗ୍ରାମବାସୀଙ୍କୁ ଭୟଭୀତ କରାଯିବା ଘଟଣା । ତେବେ ବିଳମ୍ବିତ ରାତିରେ ଭୀମସାର ମେଡିକାଲ ଫାଣ୍ଡିରେ ଚାଲିଥିଲା କଙ୍ଗାରୁକୋର୍ଟ ।

ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କୁ ଫାଣ୍ଡିକୁ ଡକାଇ ଯୁବକଙ୍କୁ ଯୁବତୀଙ୍କ ଠାରୁ ପୁଲିସ ନିଜେ ମାଡ ମରାଉଥିବା ଭିଡିଓ ଭାଇରାଲ ହୋଇଛି ଯାହାକି ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଘଟିତ ଘଟଣା କେଉଁ ପରିସ୍ଥିତିରେ ହୋଇଥିଲା ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ । ଭାଇରାଲ ଭିଡିଓକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ସମ୍ବଲୁର ଆରକ୍ଷୀ ଅଧୀକ୍ଷକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ଭିଡିଓରେ ବୁର୍ଲା ଥାନାର ଏସଆଇ  ଅମର ହୋତା ଏବଂ ଏଏସଆଇ ମୁନ୍ନା ପାଢୀଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବା ବେଳେ ଏପରି କଙ୍ଗାରୁ କୋର୍ଟ ବସାଇ ଜଣକୁ ଶାସ୍ତି ଦେବା ଅଧିକାର ପୁଲିସକୁ କିଏ ଦେଲା ବୋଲି ସମାଲୋଚନା ହେଉଛି ।

ସୂଚନା ମତେ କିଛିଦିନ ପୂର୍ବରୁ ବୁର୍ଲା ମେଡିସିନ ବିଭାଗରେ ଜଣେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦିୟ ସ୍ଥିତି ସୃଷ୍ଟି ହୋଇଥିଲା  । ଏହାପରେ ସେଠାରେ ଉତ୍ତେଜନାପୂର୍ଣ୍ଣ ମାହୋଲ ସୃଷ୍ଟି ହେବା ପରେ ନିୟୋଜିତ ରହିଥିବା ଘରୋଇ ସୁରକ୍ଷା ସଂସ୍ଥାର ସୁରକ୍ଷା କର୍ମୀ ମାନେ ଉଭୟ ଯୁବତୀ ଏବଂ ଯୁବକଙ୍କୁ ଭୀମସାର ମେଡିକାଲ ଫାଣ୍ଡିକୁ ଧରି ଆଣିଥିଲେ । ମେଡିକାଲ ଫାଣ୍ଡି ପରିସରରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ଫାଣ୍ଡି ପରିସରରେ ବହୁ ସଂଖ୍ୟାରେ ଘରୋଇ ସଂସ୍ଥାର ସୁରକ୍ଷା କର୍ମୀ ଏବଂ ରୋଗୀ ସମ୍ପର୍କୀୟ ରୁଣ୍ଡ ହୋଇଥିଲେ । ଏହାର ଖବର ପାଇ ବୁର୍ଲା ଥାନାର ଏସଆଇ ଅମର ହୋତା ଏବଂ  ଏଏସଆଇ ମୁନ୍ନା ପାଢୀ ସଦଳବଳେ ମେଡ଼ିକାଲ ଫାଣ୍ଡିରେ ପହଞ୍ଚି ଉଭୟ ଯୁବକ ଯୁବତୀଙ୍କ ସହ ଆଲୋଚନା କରିଥିଲେ । ତେବେ ଉଭୟଙ୍କ ଘଟଣାକ୍ରମ ବିଷୟରେ ଅବଗତ ହେବା ପରେ ସେହିଠାରେ ହିଁ କଙ୍ଗାରୁକୋର୍ଟ ବସାଇ ଘଟଣାକୁ ରଫାଦଫା କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା  ।

ଏହି ପରିପେକ୍ଷୀରେ ଯୁବକଙ୍କୁ ସେହି ଫାଣ୍ଡି ମଧ୍ୟରେ ଯୁବତୀଙ୍କୁ ମୁଣ୍ଡିଆ ମାରିବାକୁ ଯୁବକଙ୍କୁ ବାଧ୍ୟ କରା ଯାଇଥିଲା । ଫଳରେ ଯୁବକ ଜଣକ ବାଧ୍ୟହୋଇ ଯୁବକଙ୍କୁ ମୁଣ୍ଡିଆ ମାରିବା ସହିତ ହାତ ଯୋଡି ଯୁବତୀଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଏହାପରେ ତଥାପି ମନଶାନ୍ତି ନ ହେବାରୁ ପୁଣି ଥରେ ଯୁବକଙ୍କୁ ପୁଲିସ ବାବୁ ମାନେ ପୁଣି ଯୁବତୀଙ୍କ ସମ୍ମୁଖରେ ଗୋଡ଼ଧରି ମୁଣ୍ଡିଆ ମାରିବାକୁ ବାଧ୍ୟ କରିଥିଲେ ଯୁବକ ବାଧ୍ୟହୋଇ ଦ୍ୱିତୀୟ ଥର ମଧ୍ୟ ପୁଲିସ ବାବୁ ମାନଙ୍କ କଥାରେ ପଡି ମୁଣ୍ଡିଆଶକ୍ତ ଚାପୁଡ଼ା କାରିଥିଲେ । ଏହାପରେ ଯୁବତୀ ଜଣକ ଯୁବକଙ୍କ ଗାଲରେ ଏକ ଡ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଏଠାରେ ଅନେକ ପ୍ରଶ୍ନ ଉଙ୍କି ମାରିବା ସହିତ ପୁଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦିବା ଯୁବକ କୌଣସି ଅପରାଧୀକ କାର୍ଯ୍ୟକଳାପ କରିଥିଲେ ତା ହେଲେ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପରିବର୍ତ୍ତନ ଏଭଳି କଙ୍ଗାରୁ କୋର୍ଟ ବସାଇ ନିଜେ ହିଁ ବିଚାରପତି ସାଜି କାହିଁକି ଏଭଳି ଶାସ୍ତି ଦେବାର ଅଧିକାର ପୁଲିସ କଉ ଆଇନ ବଳରେ ପାଇଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ମାନବାଧିକାର ଉଲ୍ଲଙ୍ଘନ ବୋଲି ସ୍ଥାନୀୟ ସଚେତନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।  ସମ୍ବଲପୁର ଏସପି ବି ଗଙ୍ଗାଧର ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା

ପରେ ସଂନ୍ଧ୍ୟାରେ ଏସଡିପିଓ ସତ୍ୟବ୍ରତ ଦାସ ମେଡିକାଲ ଫାଣ୍ଡିରେ ପହଞ୍ଚି ଏହି ଘଟଣାର ତଦନ୍ତ କରି ଯାଇଥିବା ଜଣାପଡିଛି । ତେବେ ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ପୁଲିସ ସାଦା ପୋଷାକରେ ରହିଥିଲେ ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି । ସୂଚନା ଥାଉକି, ପୁର୍ବରୁ ମଧ୍ୟ ଡାକ୍ତରଙ୍କୁ ମାଡ଼ ମରାଯିବା ଘଟଣାରେ ବୁର୍ଲା ମେଡିକାଲ ଫାଣ୍ଡିରେ ଏକ କଙ୍ଗାରୁ କୋର୍ଟରେ ପୁଲିସ ଉପସ୍ଥିତିରେ ଜଣେ ଯୁବଙ୍କୁ ଏଭଳି ଭାବରେ ଶାସ୍ତି ଦିଆଯାଇଥିବା ଦେଖିବାକୁ ମିଳିଥିଲା  । ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ମାତ୍ର ଉକ୍ତ ଘଟଣାକୁ ମଧ୍ୟ ସମୟ କ୍ରମେ ଚପାଇ ଦିଆଯାଇଥିଲା ତେବେ ଏହି ଘଟଣାକୁ ନେଇ ମଧ୍ୟ ସେପରି କିଛି ହେବ ନାହିଁ ତ ବୋଲି ପ୍ରଶ୍ନ ଉଠୁଛି । ତେବେ ଏହି ଘଟଣାକୁ ନେଇ ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସଙ୍କୁ ଯୋଗାଯୋଗ କରାଯିବାରୁ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣା ଆଗକୁ କି ମୋଡ଼ ନେଉଛି ଦେଖିବାକୁ ବାକି ରହିଲା । ବର୍ତ୍ତମାନ ବୁର୍ଲା ସହରରେ ଅପରାଧୀଙ୍କ ଉପରେ କୃପାଦୃଷ୍ଟି କରାଯାଇ ତାଙ୍କୁ ଅପରାଧ କରାଇବା ପାଇଁ ଏକ ପ୍ରକାର ଉକୃଷ୍ଟ ଭିତ୍ତିଭୂମି ପ୍ରଦାନ କରାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ଅସୁରକ୍ଷୀତ କରି ରଖାଯାଇଛି । ଯାହାଫଳରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି ସେପଟେ ପୁଲିସ ଉପରୁ ଏକପ୍ରକାର ଲୋକଙ୍କ ବିଶ୍ୱାସ ଉଠି ଉଠି ଯାଉଥିବା ବେଳେ ପୁଲିସ ବ୍ୟବସ୍ତା ଗୋଟିଏ ପରେ ଗୋଟିଏ ବିବାଦରେ ଘାଣ୍ଟିଚକଟି ହୋଇଚାଲିଛି ।

Comments are closed.