ଆମ ଓଡ଼ିଆ ଘରର ପର୍ବ ରଜ। ଗାଁଗହଳିରେ ଏବେ ପର୍ଯ୍ୟନ୍ତ ରଜକୁ ପାରମ୍ପରିକ ଢଙ୍ଗରେ ଲୋକେ ପାଳନ କରୁଛନ୍ତି। ସହରର ଭିଡ଼ରେ ରଜର ସେ ଚମକ ନାହିଁ। ତିନିଦିନ ରଜରେ ଝିଅ, ବୋହୂମାନେ ଘରର ସବୁ କାମ ସାରି ସଜ ହୁଅନ୍ତି। ନୂଆଲୁଗା ପିନ୍ଧି ପଡ଼ିଶା ଘରକୁ ବୁଲି ବାହାରନ୍ତିି। ଦୋଳି ଖେଳ, ପୋଡ଼ ପିଠା ସାଙ୍ଗକୁ ଖିଲି ପାନ ହେଉଛି ଏହି ପର୍ବର ମୁଖ୍ୟ ଆକର୍ଷଣ। ରଜ ତିନି ଦିନ ହେଉଛି ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ। ଏହି ତିନି ଦିନରେ କୃଷି କାର୍ଯ୍ୟ ମଧ୍ୟ ନିଷେଧ। ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ।
Popular Categories



