www.samajalive.in
Thursday, December 11, 2025
13.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଗାଡିଚାଳକକୁ ମାଡମାରି ୫.୪୫ଲକ୍ଷ ଟଙ୍କା ଲୁଟ

ଆଠଗଡ : ଆଠଗଡ ଉପଖଣ୍ଡର ସମସ୍ତ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପୁଲିସକୁ ଖୋଲା ଆହ୍ୱାନ ଦେବା ପରି କେଉଁଠି ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ହେଉ ଅବା ମାଡ ମାରି, ଆକ୍ରମଣ କରି ଟଙ୍କା ଲୁଟ ଘଟଣା ପ୍ରାୟ ପ୍ରତିଦିନ ନଜରକୁ ଆସୁଥିବାବେଳେ କେଉଁଠାରେ ଏକାଧିକ ଘର କବାଟ ଭାଙ୍ଗି ମୂଲ୍ୟବାନ ଜିନିଷ ସବୁ ଲୁଟ ହେବାରେ ଲାଗିଛି। ଏହି ସବୁ ଘଟଣାଗୁଡିକରେ ସଂପୃକ୍ତ ଦୁର୍ବୃତ୍ତଧରିବାରେ ପୁଲିସ ଅଧିକାଂଶ ସମୟ ବିଫଳ ହେଉଥିବାରୁ ପୁଲିସ ଉପରୁ ଲୋକଙ୍କର ଆସ୍ଥା ତୁଟି ଯାଉଛି। ଏହିପରି ଏକ ଅଭାବନୀୟ ଘଟଣା ସୋମବାର ଆଠଗଡ ମଧ୍ୟଦେଇ ଯାଇଥିବା ୬୫ନଂ ରାଜ୍ୟରାଜପଥର ଜେନାପଦା ଶାଳବଣୀ ଅଞ୍ଚଳରେ ଘଟିଯାଇଛି।

ବଡମ୍ବା ବେଲିଆପାଳ ଗ୍ରାମର ଜଣେ ଖାଇବା ତେଲର ପାଇକାରୀ ବିକ୍ରେତା ବିଜୟ କୁମାର ସାହୁଙ୍କର ଭୁବନେଶ୍ୱରରୁ ତେଲ ଆଣିବା ପାଇଁ ତାଙ୍କ ଟାଟା ୯୦୯ ଗାଡିନେଇ ଚାଳକ ଗଦାଧର ରାଉତ ୫ଲକ୍ଷ ୪୫ହଜାର ଟଙ୍କା ସାଙ୍ଗରେ ନେଇ ଯାଉଥିଲେ। ନୂଆପାଟଣାଠାରେ ଜଣେ ବ୍ୟବସାୟୀଙ୍କୁ କିଛି ତେଲ ଦେବାପରେ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ୪ଟି ପଲସର ବାଇକରେ ୫ଜଣରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ପିଛାକରି ଆସି ଜେନାପଦା ଶାଳବଣୀ ନିକଟରେ ତାଙ୍କ ଗାଡି ସମ୍ମୁଖରେ ବାଇକଗୁଡିକ ରଖି ଗାଡିକୁ ଅଟକାଇ ଥିଲେ। ଚାଳକକୁ କାହିଁକି ସାଇଟ ଦେଲନି କହି ମାଡମାରିବା ସହ ତାଙ୍କ ନିକଟରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଛଡାଇନେଇ ତିଗିରିଆ ପଟକୁ ଚମ୍ପଟ ମାରଥିଲେ। ଏ ସଂପର୍କରେ ଆହତ ହୋଇଥିବା ଚାଳକ ଗଦାଧର ରାଉତ ତୁରନ୍ତ ଆଠଗଡ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପରେ ପରେ ବ୍ୟବସାୟୀ ବିଜୟ କୁମାର ସାହୁ ମଧ୍ୟ ଥାନାରେ ପହଞ୍ଚିବା ପରେ ଚାଳକ ଲିଖିତ ଅଭିଯୋଗ କରିଥିଲେ । ଆଇଆଇସି ବାମଦେବ ସ୍ୱାଇଁ ତୁରନ୍ତ ସଦଳବଳେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଦୁର୍ବୁତଙ୍କର କୌଣସି ସୁରାକ ପାଇନଥିଲେ । ତେବେ ତିଗିରିଆଠାରୁ ଜେନାପଦା ପର୍ଯ୍ୟନ୍ତ ରାସ୍ତାର ଦୁଇପାଖରେ ଥିବା ବିଭିନ୍ନ ପ୍ରତିଷ୍ଠାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories