www.samajalive.in
Thursday, December 11, 2025
15.1 C
Bhubaneswar

ଉତ୍ତରାଚଣ୍ଡୀ କ୍ଲବ ପକ୍ଷରୁ ନାଟକ ମଞ୍ଚସ୍ଥ

ଆଠଗଡ :  ଆଠଗଡର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମା ଉତ୍ତରାଚଣ୍ଡୀ କ୍ଲବ ଆନୁକୁଲ୍ୟରେ ଝୁଲଣ ପଡିଆଠାରେ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ସ୍ଥାନୀୟ କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକ ଉତ୍ସବ ଉଦ୍‍ଘାଟନ ଅବସରରେ ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଠଗଡ ମାଟି ଏକ କଳା ସଂସ୍କୃତିର ମାଟି ବୋଲି କହିବା ସହ ମଞ୍ଚ ନାଟକକୁ ଉଜ୍ଜୀବିତ ରଖିବା ପାଇଁ ଉତ୍ତରାଚଣ୍ଡୀ କ୍ଲବର ପ୍ରୟାସ ପ୍ରଂଶସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଏକ ବୈଦ୍ୟୁତିକ ଗଣମାଧ୍ୟମର ହାସ୍ୟ କଳାକାର ନିରଞ୍ଜନ ଓଝା(ମାଗାନ୍ନା), ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ତଥା ସ୍ଥାନୀୟ ଅଞ୍ଚଳର ବିକାଶ ଶୁକ୍ଳ, ବିଶିଷ୍ଟ ଗୀତିକାର ରାଧାନାଥ ଦାସ, କ୍ଲବର ଉପଦେଷ୍ଟା ରୁଦ୍ରଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ । ଏହି ଅବସରରେ ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳ, ନାଟ୍ୟ ନିର୍ଦ୍ଦେଶକ ସରସୀ ରଞ୍ଜନ ପଟ୍ଟନାୟକ, ନବକିଶୋର ରାଉତ, ରୁଦ୍ରଚରଣ ମହାନ୍ତି, ସାମ୍ବାଦିକ ଶୈଳେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରସୀ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ କ୍ଲବର କଳାକାରମାନେ ଏହି ନାକଟଟିକୁ ମଞ୍ଚସ୍ଥ କରିଥିଲେ। ନବକିଶୋର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ସଭାପତି ପିତାମ୍ବର ସାମନ୍ତ, ସଂପାଦକ ରଞ୍ଜନ କୁମାର ବର୍ମା ଓ ପୁପୁନି ଦାସ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories