www.samajalive.in
Sunday, December 14, 2025
23.1 C
Bhubaneswar

ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ରାମକୃଷ୍ଣ ବାଳାଶ୍ରମ, ବୀରନରସିଂହପୁର ଠାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ରାମକୃଷ୍ଣ ବାଳାଶ୍ରମ, ବୀରନରସିଂହପୁରର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ୟ୍ୟକ୍ରମଟି ଜିଲ୍ଲାର ମୁଖ୍ୟ ଦଣ୍ଡାଧୀଶ ଅଧିକାରୀ ହୃଷିକେଶ ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ କରାଯାଇଥିଲା। ଏଥିରେ ମଧ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧର ସଚିବ ଚରଣଜିତ ଓରାମ ଏବଂ ଜିଲ୍ଲା ଉପଖଣ୍ଡିୟ ବିଚାର ଅଧିକାରୀଣି ସୁମିତ୍ରା ସାହୁ ଉପସ୍ଥିତ ଥିଲେ। ଏହା ସହ ରାମକୃଷ୍ଣ ବାଳାଶ୍ରମର ସଚିବ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ୟ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କୁ ତାଙ୍କ ସୁରକ୍ଷା, ଶିକ୍ଷା, ପୋଷଣ ଏବଂ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବିଭିନ୍ନ ଯୋଜନା ତଥା ଉପସ୍ଥିତ ଥିବା ବିଭିନ୍ନ ଆଇନ ଉପରେ ବିସ୍ତୃତ ଭାବରେ ଆଲୋକପାତ କରାଯାଇଥିଲା। ଏହା ସହ ଆମ ଦେଶର ସମ୍ବିଧାନ, ମୌଳିକ କର୍ତବ୍ୟ, ମୌଳିକ ଅଧିକାର ଉପରେ ମଧ୍ୟ ସେମାନଙ୍କୁ ସଂକ୍ଷିପ୍ତରେ ବୁଝା ଯାଇଥିଲା।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories