www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ, ରୂପା ମୁଦି ପିନ୍ଧିବାର ଶୁଭଫଳ

ସମସ୍ତେ ପ୍ରାୟତଃ ଧାତୁ ନିର୍ମିତ ମୁଦି ପିନ୍ଧିବାକୁ ଭଲ ପାଆନ୍ତି। ସୁନା, ରୂପା, ହୀରା ଓ ଅନ୍ୟ ଧାତୁର ମୁଦି ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଯାଇଛି। ବଜାରରେ ଅନେକ ପ୍ରକାରର ଷ୍ଟାଇଲିସ ମୁଦି ମିଳୁଛି। ତେବେ ଧାତୁ ନିର୍ମିତ ମୁଦି ପିନ୍ଧିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଏହାଦ୍ବାରା ଭାଗ୍ୟ ବଦଳିଯିବାର ଅନେକ ସମ୍ଭାବନା ରହିଛି।
ସମସ୍ତ ଧାତୁର ମୁଦି ପିନ୍ଧିବା ଦ୍ବାରା ଶୁଭଫଳ ମିଳି ନଥାଏ। ଶାସ୍ତ୍ର ଅନୁସାରେ ସାଧାରଣତଃ ରୂପାର ମୁଦି ପିନ୍ଧିବା ଦ୍ବାରା ଅନେକ ସଫଳତା ପ୍ରାପ୍ତି ହୋଇଥାଏ। କେବଳ ରୂପାର ମୁଦି ନୁହେଁ ରୂପାର ପାତ୍ର ବ୍ୟବହାର କରିବା ଦ୍ବାରା ମଧ୍ୟ ଅନେକ ଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପାର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଥାଏ । ଏହା ଆମ ଶରୀରରେ ଥିବା ଜଳକୁ ନିୟନ୍ତ୍ରଣ କରିଥାଏ।
ଶାସ୍ତ୍ର ଅନୁସାରେ, ରୂପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ।
ରୂପା ମୁଦି ପିନ୍ଧିବା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର କରିଥାଏ। ଘରେ ରୂପାର ପାତ୍ର ବ୍ୟବହାର କରିବା ଦ୍ବାରା ଅନେକ ଲାଭ ହୋଇଥାଏ। ରୋଷେଇ ଘରେ କିମ୍ବା ଘରେ ସାଜସଜ୍ଜାରେ ରୂପାର ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।
ହାତର ଛୋଟ ଅଙ୍ଗୁଳିରେ ରୂପା ମୁଦି ପିନ୍ଧିବା ଦ୍ବାରା ଜୀବନରେ ସକାରାତ୍ମକ ଭାବ ଜାଗ୍ରତ ହୋଇଥାଏ। ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିଥାଏ। ଏହି ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ।
ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ରହିଥାନ୍ତି ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ, ରୂପାର ମୁଦି ପିନ୍ଧିବା ଦ୍ୱାରା ଚନ୍ଦ୍ର ଦୋଷରେ କଟି ଯାଇଥାଏ। ଏହାଦ୍ୱାରା କଫ, ଥଣ୍ଡା ଓ ଶରୀରର ପୀଡ଼ା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଦୋକାନରୁ ରୂପା ମୁଦି କିଣିବା ପରେ କୌଣସି ଏକ ଗୁରୁବାରରେ ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ। ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଆଙ୍ଗୁଠୀରେ ପିନ୍ଧନ୍ତୁ। ଏପରି କରିବା ଦ୍ବାରା ଭାଗ୍ୟରେ ଉନ୍ନତି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories