www.samajalive.in
Wednesday, December 10, 2025
14.1 C
Bhubaneswar

ଏ ହେଉଛନ୍ତି ଦୁନିଆଁର ସର୍ବଶ୍ରେଷ୍ଠ ଧନୀ ରାଜା- ରହିଛି ଏତିକି ସମ୍ପତ୍ତି

ନୂଆଦିଲ୍ଲୀ – ରାଜାଙ୍କ କଥା କହିଲେ ମନକୁ ସାଧାରଣତଃ ଧନାଢ୍ୟ ବ୍ୟକ୍ତି ଯେ ପୂର୍ବ କାଳରେ ଶାସନ ଭାର ସମ୍ଭାଳୁଥିଲେ, ଚାକଚକ୍ୟ ସହ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ କଥା ମନକୁ ଆସିଥାଏ। ଏବେ ବି ବିଶ୍ୱରେ କେତକ ରାଷ୍ଟ୍ରରେ ରାଜତନ୍ତ୍ର କୌଣସି ନା କୌଣସି ପ୍ରକାରରେ ଶାସନ ତନ୍ତ୍ରକୁ ପ୍ରଭାବିତ କରୁଛି । ଏବେ ବି ବୁର୍ଣ୍ଣେଇ ,ଥାଇଲାଣ୍ଡ ଏବଂ ମୋରକ୍କୋ ପରି ଦେଶମାନଙ୍କରେ ରାଜତନ୍ତ୍ର ଚାଲିଛି ।

ବିଶ୍ୱରେ ଯେଉଁ ସବୁ ରାଜ ବଂଶ ରହିଛନ୍ତି ସେମାନଙ୍କ ମଧ୍ୟ ଥାଇଲାଣ୍ଡର ରାଜାଙ୍କର ସର୍ବାଧିକ ସମ୍ପତ୍ତି ରହିଛି । ଥାଇଲାଣ୍ଡ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ତାଙ୍କ ରାଜାଙ୍କ ନିକଟରେ ୨ ଲକ୍ଷ କୋଟିରୁ ବି ଅଧିକ ସମ୍ପତ୍ତି ରହିଥିବା ଆକଳନ କରାଯାଇଛି । ଏବେ ଥାଇଲାଣ୍ଡର ରାଜା ହେଉଛନ୍ତି ମହା ଭଜିରାଲୋଙ୍ଗକର୍ଣ୍ଣ । ସେ ଦୁନିଆର ସର୍ବଶ୍ରେଷ୍ଠ ଧନୀ ସମ୍ରାଟ ।

- Advertisement -

୨୦୧୬ ମସିହାରେ ତାଙ୍କ ପିତା ଭୂମିବୋଲଙ୍କର ମୃତ୍ୟୁ ପରେ ସେ ଶାସନ ଭାର ସମ୍ଭାଳିଥିଲେ । ତାଙ୍କ ପିତା ପ୍ରାୟ ୭୦ ବର୍ଷ କାଳ ଥାଇଲାଣ୍ଡର ରାଜା ଥିଲେ । ଭୂମିବଲଙ୍କ ଅନ୍ତିମ ସଂସ୍କାର ସମୟରେ ୬୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତାଙ୍କର ଶବକୁ ସୁନାରେ ତିଆରି ହୋଇଥିବା ରଥରେ ଶ୍ମଶାନକୁ ନିଆଯାଇଥିଲା । ସେମାନଙ୍କୁ ରାମଙ୍କ ବଂଶଜ ବୋଲି ମାନ୍ୟତା ରହିଛି ।

୨୦୧୮ ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡ ଅନୁସାରେ ଥାଇଲାଣ୍ଡର ବର୍ତ୍ତମାନର ରାଜାଙ୍କ ନିକଟରେ ୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ୪ ଜଣ ପତ୍ନୀ ରହିଛନ୍ତି । ୨୦୧୯ ମସିହାରେ ୬୬ ବର୍ଷ ବୟସରେ ସେ ଚତୁର୍ଥ ବିବାହ କରିଥିଲେ । ପୂର୍ବରୁ ତିନୋଟି ବିବାହରୁ ତାଙ୍କର ୭ ଜଣ ସନ୍ତାନ ରହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories