www.samajalive.in
Friday, December 12, 2025
15.1 C
Bhubaneswar

ପଡ଼ିଆ ପ୍ରସ୍ତୁତ, ଆଜି ଅଭ୍ୟାସ

କଟକ  : ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡ଼ିୟମ ପ୍ରସ୍ତୁତ। ରବିବାର ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପଦାଧିକାରୀ ଓ କର୍ମଚାରୀଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ମ୍ୟାଚ ଆୟୋଜନ ନେଇ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ। ଶନିବାର ଅପରାହ୍ଣରେ ଦକ୍ଷିଣ ଆଫ୍ରିକା ଓ ଭାରତ ଏଠାକୁ ଅଭ୍ୟାସ ନିମନ୍ତେ ଆସିବେ । ଅପରାହ୍ଣ ୧ଟାରେ ବାଭୁମା ବାହିନୀ ପ୍ରଥମେ ଅଭ୍ୟାସ କରିବାକୁ ଆସିବ। ଦଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ସେହିପରି ପନ୍ତ ବାହିନୀ ଅପରାହ୍ଣ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଦୁଇ ଦଳର ଅଭ୍ୟାସ ଲାଗି ନେଟ୍‌ସ ପ୍ରସ୍ତୁତି ହୋଇଛି। ତେବେ ଉଭୟ ଦଳର ଅଭ୍ୟାସ ଦେଖିବାକୁ ଷ୍ଟାଡ଼ିୟମର ବିଭିନ୍ନ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି। ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବାର ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

ବାରବାଟୀ ଟି୨୦ ମ୍ୟାଚ ପାଇଁ ସମୟ ଯେତିକି ପାଖେଇ ଆସୁଛି କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଉଭୟ ଦଳର ଖେଳାଳିମାନେ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ଖେଳାଳିମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦର ଓ ରାସ୍ତାକଡରେ ଶହଶହ କ୍ରିକେଟପ୍ରେମୀଙ୍କ ଅପେକ୍ଷା କ୍ରିକେଟପ୍ରତି କେତେ ଉତ୍ସାହ ବାରି ହୋଇପଡିଥିଲା। ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରାଙ୍କ ଭଳି ତାରକା ନଥିଲେ ମଧ୍ୟ କ୍ରିକେଟ କ୍ରେଜ କମିନାହିଁ। ଏବେ ଅଧିନାୟକ ଋଷଭ ପନ୍ତ, ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ଈଶନ କିଷନ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଆଇପିଏଲ ଦଳ ଗୁଜରାଟ ଟାଇଟନ୍‌କୁ ଚମ୍ପିଆନ କରାଇଥିବା ହାର୍ଦିକ ଏବେ ମୁଖ୍ୟ ଆକର୍ଷଣ ରହିଛନ୍ତି। ହାର୍ଦିକ ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ୧୨ଟି ବଲରୁ ୩୧, ଈଶନ ୪୮ଟି ବଲରୁ ୭୬ରନ କରିଥିଲେ। ସେହିପରି ପନ୍ତ୍‌ ମଧ୍ୟ ୨୯ରନ କରିଥିଲେ। ୩ ବ୍ୟାଟ୍‌ସମ୍ୟାନ ବାରବାଟୀ ମ୍ୟାଚର ମୁଖ୍ୟ ଆକର୍ଷଣ ରହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories