www.samajalive.in
Sunday, December 14, 2025
19.1 C
Bhubaneswar

ସୁରକ୍ଷା ବଳୟରେ ବାରବାଟୀ

ମୁତୟନ ହେବେ ୬୨ ପ୍ଲାଟୁନ୍‌ ଫୋର୍ସ, ୪ ଘଣ୍ଟା ପୂର୍ବରୁ ଦର୍ଶକଙ୍କ ଲାଗି ଖୋଲିବ ଗେଟ୍‌ ,ପାଣି ବୋତଲ ଓ ଖାଦ୍ୟ ପୁଡିଆ ମନା

କଟକ : ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଲାଗି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂରା ସୁରକ୍ଷା ବଳୟ ମଧ୍ୟରେ ରହିବ ବାରବାଟୀ। ଷ୍ଟାଡିୟମ ଭିତରେ ଓ ବାହାରେ ସଶସ୍ତ୍ର ବଳ ମୁତୟନ ରହିବେ। ମ୍ୟାଚ୍‌କୁ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ଏହା ଉପରେ କମିସନରେଟ୍‌ ପୁଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଶୁକ୍ରବାର ଷ୍ଟାଡିୟମ ପରିସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ କମିସନର ଶୃଙ୍ଖଳାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ସୁରକ୍ଷା ଦୃଷ୍ଟିକୋଣରୁ ଷ୍ଟାଡିୟମ ଭିତରେ ଓ ବାହାରେ ୬୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। କଟକ ଡିସିପିଙ୍କୁ ଆଉ ୩ ଜଣ ଡିସିପି ପାହ୍ୟାର ଅଧିକାରୀ ପୂରା ବ୍ୟବସ୍ଥାର ପରିଚାଳନାରେ ସହଯୋଗ କରିବେ। ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର, ୨୮୦ ଜଣ ଅଫିସର, ୨୧ ଜଣ ହାବିଲଦାର, ୧୦୦ ଟ୍ରାଫିକ୍‌ କନ୍‌ଷ୍ଟେବଳ, ୧୭୦ କନ୍‌ଷ୍ଟେବଳ, ୧୫୭ ହୋମଗାର୍ଡ଼, ୪୧ ମହିଳା କନଷ୍ଟେବଳ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ। ଏହା ବ୍ୟତୀତ ଏସଟିୟୁ, ଓଡ଼୍ରାଫ୍‌, ଅଗ୍ନିଶମ, ଗ୍ରୁପ୍‌ ୪ ସିକ୍ୟୁରିଟି ସହ ଅନ୍ୟ ସମସ୍ତ ବିଭାଗକୁ ସକ୍ରିୟ ରଖାଯାଇଛି। ଖେଳ ଲାଗି ୨ଟି ଏସଟିୟୁ ଟିମ୍‌ ମୁତୟନ ରହିବେ। ଖେଳାଳିଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ନେବା ଆଣିବା ଦାୟିତ୍ବ ଭୁବନେଶ୍ବର ପୁଲିସକୁ ପ୍ରଦାନ କରାଯାଇଛି। ପ୍ରାକ୍ଟିସ ଓ ମ୍ୟାଚ୍‌ ଦିନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଅଣାଯିବ। ଗ୍ୟାଲେରିରେ ପୁଲିସ ଫୋର୍ସ ମୁତୟନ ରହିବେ। ଇନ୍ସପେକ୍ଟର ପାହ୍ୟାର ଜଣେ ଅଧିକାରୀ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଯଦି କିଛି ବିଶୃଙ୍ଖଳା ସୃଷ୍ଟି ହୁଏ ତୁରନ୍ତ ଦାୟିତ୍ବରେ ଥିବା ଅଧିକାରୀ ସେଠାରେ ପହଞ୍ଚି ସମାଧାନ କରିବେ। ଯଦି ଆବଶ୍ୟକ ପଡ଼େ କ୍ବିକ ରିଆକ୍ସନ ଫୋର୍ସ ସେଠାରେ ପହଞ୍ଚିବେ। ମ୍ୟାଚ୍‌ର ୪ଘଣ୍ଟା ଆଗରୁ ଗେଟ୍‌ ଖୋଲାଯିବ। ଦର୍ଶକ କିଭଳି ସୁରୁଖୁରୁରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ଏହା ଉପରେ ପ୍ରାଥମିକତା ଦିଆଯିବ। ଦୁଇ ସ୍ତରରେ ଦର୍ଶକଙ୍କୁ ଚେକିଂ କରାଯାଇ ଭିତରକୁ ଛଡ଼ାଯିବ। ଷ୍ଟାଡିୟମ ପରିସରକୁ ପାଣି ବୋତଲ, ପାଣି ପାଉଚ୍‌ ଖାଦ୍ୟ ପଦାର୍ଥ ଭଳି କୌଣସି ସାମଗ୍ରୀ ଛଡ଼ାଯିବ ନାହିଁ। ପିଇବା ପାଣି ଓ ଖାଦ୍ୟ ଓ ଟୟଲେଟ୍‌ ବ୍ୟବସ୍ଥା ଓସିଏ ପକ୍ଷରୁ କରାଯାଇଛି। ବୈଠକରେ ଡିସିପି ପିକାନ୍‌ ମିଶ୍ର, ଅତିରିକ୍ତ ଡିସିପି ପ୍ରମୋଦ ରଥ, ଅନିଲ ମିଶ୍ର, ସେଖ୍‍ ସରିଫ୍‌ ଉଦ୍ଦିନ୍‍, ସମସ୍ତ ଏସିପି, ଇନ୍ସପେକ୍ଟର ଡ୍ୟୁଟି ପଡ଼ିଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories