www.samajalive.in
Saturday, December 13, 2025
14.1 C
Bhubaneswar

ରେଞ୍ଜରଙ୍କ ସମେତ ୪ବିଭାଗୀୟ କର୍ମଚାରୀ ନିଲମ୍ବିତ, ୬ ଅଭିଯୁକ୍ତ ଗିରଫ

ବଡ଼ମ୍ବା :  ଏସଟିଏଫ୍ ଦ୍ୱାରା ବଡ଼ମ୍ବା ବନାଞ୍ଚଳରେ ଦୁଇଟି ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଲାଗି ଇତିମଧ୍ୟରେ ବଡ଼ମ୍ବା ବନାଞ୍ଚଳ ଅଧିକାରୀ(ରେଞ୍ଜର)ଙ୍କ ସମେତ ୪ଜଣ ବିଭାଗୀୟ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ୬ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଶୁକ୍ରବାର ଜେଲ ହାଜତକୁ ପଠାଯାଇଥିବା ଜଣାଯାଇଛି । ନିଲମ୍ବିତ କର୍ମଚାରୀମାନେ ହେଲେ ବଡ଼ମ୍ବା ବନାଞ୍ଚଳ ଅଧିକାରୀ ସୁରେଶ କୁମାର ଷଡ଼ଙ୍ଗୀ, ମାଣିଆବନ୍ଧ ବନପାଳ ମନୋଜ ଦାସ, ଗୋପପୁର ବନପାଳ ପ୍ରଦୀପ ପରିଡ଼ା, ଜାନିପଦର ବନରକ୍ଷୀ ନରେନ୍ଦ୍ର ଦେହୁରୀ, ଛାଞ୍ଚୁଣିଆ ବନରକ୍ଷୀ ତନ୍ମୟ ବେହେରା। ସେହିଭଳି ଏହି ସଙ୍ଗଠିତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ୬ଜଣ ଅଭିଯୁକ୍ତ ହେଲେ ବିରଞ୍ଚି ବେହେରା, ବ୍ରଜ ବେହେରା, ଅଶୋକ ବେହେରା, ଆକୁଳ ବେହେରା, ଗାଣ୍ଡୁ ବେହେରା ଏବଂ ନିଲମ୍ବିତ ବନରକ୍ଷୀ ନରେନ୍ଦ୍ର ଦେହୁରୀ।

ପ୍ରକାଶଥାଉକି ପ୍ରାୟ ମାସକ ତଳର ଦୁଇଟି ହାତୀ ଅପମୃତ୍ୟୁ ଘଟଣା ସମ୍ପର୍କରେ ଏସଟିଏଫ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତ ୨ ତାରିଖରେ ବଡ଼ମ୍ବା ବନାଞ୍ଚଳରେ ଚଢାଉ କରିଥିଲେ । ସେଥି ମଧ୍ୟରୁ ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଗିରୀ ଜଙ୍ଗଲ ନିକଟରୁ ପ୍ରଥମେ ଏକ ଦନ୍ତାହାତୀ କଙ୍କାଳ ଏବଂ ପରଦିନ ଅର୍ଥାତ ୩ ତାରିଖରେ ଏହାର ଅନତି ଦୂର ମହତାବନ୍ଧ ଗ୍ରାମ ନିକଟରୁ ଅନ୍ୟଏକ ମାଈ ହାତୀର କଙ୍କାଳ ମାଟି ତଳେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରି କରିଥିଲେ। ଏହି ଦୁଇଟି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଆଠଗଡ଼ ବନଖଣ୍ଡର ଅପାରଗତାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶପାଇଥିଲା। ଏପରିକି ହାତୀ ହତ୍ୟା ଘଟଣା ହେଉ କି ଅପମୃତ୍ୟୁ ଘଟଣା ଛପାଇଦେବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଅପରପକ୍ଷରେ ଏଭଳି ସଙ୍ଗୀନ ଘଟଣାରେ ସମ୍ପୂର୍ଣ୍ଣ ବନଖଣ୍ଡର ଅବହେଳା ଏକପ୍ରକାର ପ୍ରମାଣିତ ହୋଇଥିବା ବେଳେ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories