www.samajalive.in
Sunday, December 14, 2025
23.1 C
Bhubaneswar

ରାଞ୍ଚିରେ ଶୁକ୍ରବାର ନମାଜ ପରେ ହିଂସା – ଗାଡି, ଦୋକାନ, ବଜାର ପୋଡାଜଳା: ହିଂସା ନିୟନ୍ତ୍ରଣ ପାଇଁ ପୁଲିସର ଗୁଳି ଚାଳନା, କର୍ଫ୍ୟୁଜାରି

ରାଞ୍ଚି – ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ବିଜେପିର ପୂର୍ବତନ ନେତ୍ରୀ ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଶୁକ୍ରବାର ନମାଜ ପରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ପ୍ରଦର୍ଶନକାରୀମାନେ ପୁଲିସ ସହ ବିଭିନ୍ନ ଘର ଏବଂ ମନ୍ଦିର ଉପରେ ପଥର ମାଡ କରିଥିଲେ । ଏହା ସହ ବିଭିନ୍ନ ଗାଡି ପୋଡାଜଳା କରିଥିଲେ । ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା ।

ଏହି ଘଟଣା ପରେ ରାଞ୍ଚିରେ କର୍ଫ୍ୟୁ ଜାରି କରାଯାଇଛି । ଶୁକ୍ରବାର ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ପଥର ମାଡ କରିଥିଲେ। ଏହାପରେ ଅନ୍ୟ ଧାର୍ମିକ ସ୍ଥଳ , ଦୋକାନା ବଜାର ତଥା ଗାଡି ଉପରେ ପଥର ମାଡ କରାଯାଇଥିଲା । ଏହାପରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏବେ ସ୍ଥିତି ଉପରେ ନିୟନ୍ତ୍ରଣ ଥିବା ଝାଡଖଣ୍ଡ ପୁଲିସ ଡିଜି ସୂଚନା ଦେଇଛନ୍ତି ।

- Advertisement -

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଏହି ହିଂସାପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଲୋକମାନେ ଏପରି ପ୍ରଦର୍ଶନକୁ ଦୂରରେ ରୁହନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories