www.samajalive.in
Sunday, December 7, 2025
15.1 C
Bhubaneswar

ଦେବସ୍ନାନ ପୂର୍ଣ୍ଣିମାରେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା – ପୁଲିସ ମହାନିର୍ଦ୍ଦେଶକ

ଡେସ୍କ: ଆସନ୍ତା ୧୪ ତାରିଖ ଦିନ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଅବସରରେ ରାଜ୍ୟ ପୁଲିସ୍‍ ମୁଖ୍ୟ କାର୍ଯ୍ୟାଳୟ ଠାରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍‍ ଓ ଶୃଙ୍ଖଳା) ଆର୍‍.କେଶର୍ମା, ଆଇଜି (କେନ୍ଦ୍ରାଂଚଳ) ନରସିଂହ ଭୋଳ ଏବଂ ପୁରୀ ଏସ୍‍ପି ଡ. କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଅନୁଯାୟୀ ଶୃଙ୍ଖଳିତ ଭାବେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ସମାପ୍ତ କରିବା ନିମନ୍ତେ ଡିଜିପି ଶ୍ରୀ ବଂସଲ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମନ୍ଦିର ପରିସରରେ ଏବଂ ବାହାରେ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଉପରେ ଡିଜିପି ଶ୍ରୀ ବଂସଲ୍‍ ଗୁରୁତ୍ୱାରୋପ କରିଥିଲେ।

ସୂଚନା ଅନୁଯାୟୀ, ଭୋର୍‍ ସମୟରୁ ମହାପ୍ରଭୂଙ୍କ ପ୍ରାମାଣିକ ଦର୍ଶନ ଠାରୁ ଆରମ୍ଭ କରି ପହଣ୍ଡି, ଗଜପତି ମହାରାଜାଙ୍କ ଆଗମନ, ହାତୀବେଶ, ଭୋଗ ଏବଂ ସାହାଣ ମେଲା ଭଳି ନୀତି ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ନୀତି ଅନୁଯାୟୀ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସ୍ନାନ ବେଦୀ ନିକଟକୁ ଭକ୍ତଙ୍କୁ ବାରଣ, ଜନଗହଳି ସମୟରେ ଆଇନ୍‍ ଓ ଶୃଙ୍ଖଳା ପରିସ୍ଥିତି ଏବଂ ଜନଗହଳି ସମୟରେ ଅପରାଧକୁ ଦମନ ଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କହିଛନ୍ତି।ଏହା ବ୍ୟତୀତ ଟ୍ରାଫିକ୍‍ ବ୍ୟବସ୍ଥା ସୁପରିଚାଳନା, ତୀର୍ଥଯାତ୍ରୀଙ୍କ ଆଗମନ, ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ଭଳି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ଏହା ସହ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ଏବଂ ବାହାରେ ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଆଇଜି କେନ୍ଦ୍ରାଂଚଳ ଶ୍ରୀ ଭୋଳ କହିଥିଲେ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ନିମନ୍ତେ ୩ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସ୍‍ପି, ୧୪ ଡିଏସ୍‍ପି, ୩୦ ଇନ୍‍ସପେକ୍ଟରଏବଂ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories