ଡେସ୍କ: ପୁଣି ପ୍ରଦର୍ଶିତ ହେବ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥ। ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥର ପ୍ରିଂଟ ଉପଲବ୍ଧ ନ ଥିଲା କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଫର୍ମାଟକୁ ମଧ୍ୟ ସ୍ୱଚ୍ଛ ହୋଇ ରୂପାନ୍ତରିତ ହୋଇ ନ ଥିଲା। ତେବେ ୬୨ ବର୍ଷ ପରେ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ପୁନଃ ଉଦ୍ଧାର ଓ ସଂରକ୍ଷଣ ପରେ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥକୁ ଚଳିତ ମାସ ୧୩ ତାରିଖ ସଂଧ୍ୟା ୬.୧୫ ମିନିଟରେ ପୁରୀ ଟାଉନ ହଲ ଠାରେ ପ୍ରଦର୍ଶିତ କରାଯିବ ବୋଲି ଫୋରମର ସଭାପତି ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।
Popular Categories



