www.samajalive.in
Saturday, December 13, 2025
26.1 C
Bhubaneswar

ଗାଡ଼ି ଅଟକାଇ ୨ଲକ୍ଷ ୭୦ହଜାର ଲୁଟ୍

ଆନନ୍ଦପୁର: ଘଷିପୁରା ଥାନା ଅଧିନସ୍ଥ ଶାଲପଡ଼-ଖଡିବିଲି ରାସ୍ତାରୁ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ଗୋଟିଏ ଗାଡ଼ି ଅଟକାଇବା ସହ ୨ଲକ୍ଷ ୭୦ହଜାର ଟଙ୍କା ଲୁଟି କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଜଣେ ବ୍ୟବସାୟୀକ କମ୍ପାନୀ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟାଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ପ୍ରଥମେ ଗାଡ଼ିଟିକୁ ଅଟକାଇବା ସହ ଚାଳକଙ୍କୁ ଧମକଚମ ଦେଇ ଲୁଟ କରିଥିବା ଜଣାପଡ଼ିଛି । ଏନେଇ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଲିଖିତ ଅଭିଯୋଗ ହୋଇନଥିବା କହିଛି ପୁଲିସ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories