www.samajalive.in
Friday, December 12, 2025
14.1 C
Bhubaneswar

ଫୁଲବାଣୀ ଆକ୍ସନ ଗ୍ରୁପର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଥିବା ବହୁ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ନେଇ ଗଠିତ ଫୁଲବାଣୀ ଆକ୍ସନ ଗ୍ରୁପର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ଦିନ ମାନଙ୍କରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ କ’ଣ କରିବା ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ବୈଠକ ପରେ ପରେ ତିନିବର୍ଷ ପାଇଁ ଫୁଲବାଣୀ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷ ଭାବେ ବରିଷ୍ଠ ସମାଜସେବୀ  ରାମଚନ୍ଦ୍ର ଦାସ , ଆବାହକ ଭାବେ ସମାଜସେବୀ ଇଂ.ହରିଶଙ୍କର ରାଉତ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟଭାବେ ସମାଜସେବୀ ଜିଆ ଉଦ୍ଦିନ୍‌ ଅହମ୍ମଦ , ଅଶୋକ ପ୍ରଧାନ , ସାବିତ୍ରୀ ଦେବୀ , ଚନ୍ଦ୍ରକାନ୍ତ ନାୟକ , ପଞ୍ଚାନନ ମିଶ୍ର , କୈଳାଶ ଦଣ୍ଡପାଟ ଓ ବରଦା ନାୟକ  ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏହି ନୂତନ କମିଟି ଜିଲ୍ଲାରେ ଥିବା ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ସମୁହ ସ୍ୱାର୍ଥ ପାଇଁ କାର୍ଯ୍ୟକରିବାକୁ ଆଲେଚନା କରାଯାଇଥିଲା ।

- Advertisement -

ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଉନ୍ନତି ପାଇଁ କାର୍ଯ୍ୟ କରିବା ଓ ବିଭିନ୍ନ ଦିଗରେ ଯେଉଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ତାହା ସଠିକ୍‌ ଭାବେ ସମସ୍ତଙ୍କ ପାଖରେ ପହଞ୍ଚିବ ସେ ଉପରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଆବାହକ ଅଶୋକ ପରିଡ଼ା , ସମାଜସେବୀ ରବୀନ୍ଦ୍ର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ରହିବା ସହିତ ବିଭିନ୍ନ ଦିଗ ଉପରେ ଆଲୋଚନାରେ ସାମିଲ୍‌ ହୋଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories