ସରିବାକୁ ବସିଲାଣି ରାସ୍ତାକାମ; ହେଲେ ନାହିଁ ସୂଚନାଫଳକ
ଗୁଡଭେଲା: ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ଯେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ସ୍ୱତନ୍ତ୍ର ଭାବରେ ଅନୁଦାନର ବି ବ୍ୟବସ୍ଥା ରହିଛି । ହେଲେ ଅନେକ ପ୍ରକଳ୍ପରେ ସୂଚନା ଫଳକ ନିର୍ମାଣ ନକରି ଫଳକ ନିର୍ମାଣର ବିଲ ଭାଉଚର କରିବାର ନଜରି ରହିଛି । ଯାହାଦ୍ୱାରା କେଉଁ ଯୋଜନାରୁ ଟଙ୍କା ଆସିଛି, କେତେ ଟଙ୍କାରେ କିଏ କାମ କରିଛି ତାହା ଜାଣିବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ । ଗୁଡ଼ଭେଲା ବ୍ଳକ କାର୍ଯ୍ୟଳୟକୁ ଯିବ ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି । କାମ ସଂପୂର୍ଣ୍ଣ ହେବାକୁ ବସିଲାଣି ହେଲେ ସୂଚନା ଫଳକ ରହିନଥିବା ଅଭିଯୋଗ ହେଉଛି । ଯଦି ବ୍ଳକ କାର୍ଯ୍ୟଳୟ ସମ୍ମୁଖରେ ଏହି ପରି ଅନିୟମିତତା ହୋଇପାରୁଛି । ତେବେ ଦୁର୍ଗମ ଅଞ୍ଚଳରେ ସରକାରୀ କାମ କିପରି ହେଉଥିବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଷୟରେ ସହକାରୀ ଯନ୍ତ୍ରୀ ଅମିତ କୁମାର ମୁର୍ମୁଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
Comments are closed.