www.samajalive.in
Saturday, December 13, 2025
17.1 C
Bhubaneswar

ମହାନଦୀର ମନୁଷ୍ୟକୃତ ଖାତରେ ପଡ଼ି ଦୁଇ ନାବାଳକ ମୃତ

କଟକ: ବିଡାନାସୀ ଅଞ୍ଚଳରେ ଗତ ୨ ଦିନ ତଳେ ନିଖୋଜ ହୋଇଥିବା ନାବାଳକଙ୍କ ମୃତଦେହ ଗୁରୁବାର ସକାଳେ ମହାନଦୀର ଭୁଆସୁଣୀ ପଠା ନିକଟରୁ ବିଡାନାସୀ ଥାନା ପୁଲିସ ଉଦ୍ଧାର କରିଛି। ନାବାଳକ ଦ୍ୱୟହେଲେ ବିଡାନାସୀ କୃଷକ ନଗର ଅଞ୍ଚଳର ରମେଶ ବେହେରାଙ୍କ ପୁଅ ଦେବାଶିଷ ବେହେରା(୮) ଓ କୃଷକ ନଗରରେ ରହୁଥିବା ବଡମ୍ବା ଥାନା ଶଙ୍ଖମେରୀ ଅଞ୍ଚଳର ପ୍ରମୋଦ ନାୟକଙ୍କ ପୁଅ ମାନସ ନାୟକ(୧୨)। ଉଭୟ ନଦୀକୁ ଗାଧୋଉଥିବା ବେଳେ ପାନୀୟଜଳ ପ୍ରକଳ୍ପ ପିଲାର ନିମନ୍ତେ ଖୋଳାଯାଇଥିବା ଖାତରେ ପଡି ଯାଇଥିଲେ। ଫଳରେ ଦୀର୍ଘ ସମୟ ଧରି ଗଭୀର ଜଳରେ ବୁଡି ରହିବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ପାନୀୟ ପ୍ରକଳ୍ପ କିଏ ନିର୍ମାଣ କରୁଛି ତାହା ଜଣା ପଡି ନାହିଁ। ହେଲେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଯନ୍ତ୍ରୀ ନା ଠିକାଦାର ଏହାକୁ ଏକ ବିପଦପୂର୍ଣ୍ଣ ସ୍ଥାନ ଭାବେ ଚିହ୍ନଟ କରି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏକ ଫଳକ ଲଗାଇବା କଥା। ଏପରି ହୋଇ ନଥିବାରୁ ନାବାଳକ ଦ୍ୱୟ ଜାଣି ନପାରି ଏହି ଖାତରେ ପଡିଯାଇଥିଲେ।
ପୁଲିସ ସୂଚନା ଅନୁଯାୟୀ, ମଙ୍ଗଳାବାର ଅପରାହ୍ଣରେ ଦେବାଶିଷ ଓ ମାନସ ଘରୁ ଖେଳିବା ନାଁ କହି ଆସିଥିଲେ। ମାତ୍ର ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ। ଏ ନେଇ ଉଭୟ ପରିବାର ପକ୍ଷରୁ ବିଡାନସୀ ଥାନାରେ ଅଭିଯୋଗ ହୋଇଥିଲା। ପିଲା ଦ୍ୱୟ ନାବାଳକ ହୋଇଥିବାରୁ ପୁଲିସ ଏକ ଅପହରଣ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ସକାଳେ ଭୁଆସୁଣୀ ପଠାସ୍ଥିତ ନଦୀରେ ୨ ପିଲାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ବିଡାନାସୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦ୍ୱୟକୁ ଉଦ୍ଧାର କରିଥିଲା। ଉକ୍ତ ମୃତଶରୀର ନିଖୋଜ ପିଲାଙ୍କ ବୋଲି ଚିହ୍ନଟ ପରେ ପୁଲିସ ସେମାନଙ୍କ ପରିବାରକୁ ଖବର ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ନାବାଳକ ଦ୍ୱୟ ପଠାରେ ସାଇକଲ ରଖି ନଦୀକୁ ଗାଧୋଇବାକୁ ଯାଇଥିଲେ। ଉକ୍ତ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ନଦୀରେ ପିଲାର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ୧୦ ଫୁଟରୁ ଅଧିକ ଖାଲ ରହିଥିଲା। ଫଳରେ ସେମାନେ ଗାଧୋଇବା ସମୟରେ ଗଭିର ଜଳରେ ବୁଡିଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। କଟକ ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଛି। ଏ ନେଇ ବିଡାନାସୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଡାନାସୀ ଥାନା ଆଇଆଇସି ପି.କେ ରାଉତ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories