www.samajalive.in
Sunday, December 14, 2025
26.1 C
Bhubaneswar

ବିପଦ ସଙ୍କୁଳ ପଞ୍ଚାୟତ କାର୍ଯ୍ୟାଳୟ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚାୟତ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ କାର୍ଯ୍ୟାଳୟର ପୂନରୁଦ୍ଧାର କରିବା କିମ୍ବା ନୂତନ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ପ୍ରଶାସନିକ କିମ୍ବା ରାଜନୈତିକ ସହଯୋଗ ନଥିବାରୁ କାର୍ଯ୍ୟାଳୟଟି ଜନସାଧାରଣଙ୍କ ସେବା ଦେବାରେ ବିଶ୍ୱାସ ହରାଇଛି। ଘରଟି ବିପଦପୂର୍ଣ୍ଣ ଥିବାରୁ ଏଠାରେ ବ୍ଲକ କର୍ମଚାରୀ ଯାଇ କାର୍ଯ୍ୟ କରିବା ପରିସ୍ଥିତି ସୁଧାର ଆସୁନାହିଁ । ପ୍ରତି ମାସର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ ସମୟରେ ଅସ୍ୱାସ୍ଥ୍ୟକର ପରିବେଶ ଓ ଖୋଲାମେଲା ସ୍ଥାନରେ ଭତ୍ତା ନେବାକୁ ଆସିଥିବା ହିତାଧିକାରୀ ମାନେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି । ଖରାବର୍ଷାରେ ବାହାରେ ଅପେକ୍ଷା କରିବା ଅତି କଷ୍ଟକର ପରିସ୍ଥିତି ହେଉଥିବା ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି। କାର୍ଯ୍ୟାଳୟର ପରିବେଶ ଦେଖିଲେ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟର ନମୁନା ଆପେ ବାରି ହୋଇଯାଉଛି। କାର୍ଯ୍ୟାଳୟର ଗୃହଟିର ଛାତର ଭିତର ପଟୁ ସିମେଣ୍ଟ ଛାଡି ରଡ୍ ଦେଖାଯିବା,ଝରକା ଭାଙ୍ଗିରୁଜି ଯାଇଥିବା ହେତୁ କାର୍ଯ୍ୟାଳୟ ମଧ୍ୟରେ ସରକାରୀ କାଗଜପତ୍ର ରଖିବା ବିପଦଜନ୍ନକ ହୋଇଛି। ଘରଟି ବିପଦଜନ୍ନକ ହୋଇଥିବାରୁ ଭିତରେ ବସି କାର୍ଯ୍ୟ କରିବା ସମ୍ଭବ ହେଉନଥିବା ଜଣାପଡିଛି। ବାଙ୍କୀ ବ୍ଲକର ବ୍ରହ୍ମପୁରା ପଞ୍ଚାୟତ ଏକ ପ୍ରମୁଖ ଅଂଚଳ ହୋଇଥିବାରୁ ଅନ୍ୟାନ୍ୟ ପଞ୍ଚାୟତ ପରି ଏହାର କାର୍ଯ୍ୟାଳୟକୁ ସୁଦୃଢୀକରଣ କରିବା ପାଇଁ ଅଂଚଳର ବୁଦ୍ଧିଜୀବି ମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories