www.samajalive.in
Friday, December 12, 2025
17.1 C
Bhubaneswar

ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ଅଭିଯୋଗ – ପାଞ୍ଚ ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼ -ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ । ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବାବେଳେ ତାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଜିଲ୍ଲା ଖଜୁରୀପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟସ୍ଥ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ ଗଉଡ଼ଙ୍କ ସମେତ ଲାଞ୍ଜିଗଡ଼ ଥାନା ବସନ୍ତପଡ଼ାର ମଧୁସୂଦନ ଗଉଡ଼ ଓ ଦିଲିପ ଗଉଡ଼ ଲୁଚିଛପି ଭିଡିଓ ଉତ୍ତୋଳନ କରିବା ସହ ମୋବାଇଲରୁ ମୋବାଇଲକୁ ଭାଇରାଲ କରିଥିଲେ ।

ଏପରିକି ନାବାଳିକାଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ୍ କରିବାକୁ ଉଦ୍ୟମ କରୁଥିବାବେଳେ ଏ ସଂପର୍କରେ ନାବାଳିକାଙ୍କ ବାପା ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତ୍ରୁତ୍ବରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଥିରେ ଅଭିଯୁକ୍ତ ପାଞ୍ଚଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟଚାଲାଣ କରାଯାଇଛି । ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୩୪/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories