www.samajalive.in
Saturday, December 13, 2025
21.1 C
Bhubaneswar

ଆଖଣ୍ଡଳମଣିଙ୍କ ଶିବ ବିବାହ: ସରିଛି ମଙ୍ଗନ, ଆଜି ବାହାଘର

ଆରଡି : ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ଶୁକ୍ରବାର ବୈଦିକ ରୀତିନୀତି ଅନୁଯାଇ ମଙ୍ଗନକୃତ୍ୟ ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି। ଏଥିପାଇଁ ଶୁକ୍ରବାର ଠାରୁ ମଣିବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି। ଆଜି ବିବାହ ନିମନ୍ତେ ଭୋର ୪ଟାରେ ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତୀ ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ହଳଦୀ ଓ ସୁବାଷିତ ଜଳରେ ମଣିବାବାଙ୍କୁ ଓ ମାତା ପାର୍ବତୀଙ୍କୁ ୭ଜଣ ସେବାକାରୀ ଲୋକାଚାରରେ ମଙ୍ଗୁଳାଇ ଦେଇଥିଲେ ପରେ ନବବସ୍ତ୍ର ସହ ପଣା ଭୋଗ ଲାଗି କରାଯାଇଥିଲା।

ସେହିପରି ବରପିତା ଓ କନ୍ୟାପିତା ବାବାଙ୍କ ଚଳନ୍ତି ପ୍ରତିମା ହର ଓ ମାତାପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଇ ନିଜ ନିଜର ଘରେ ଲୋକାଚାରରେ ବିବାହର ମାଙ୍ଗଳିକ ନୀତି ସମ୍ପନ୍ନ କରିବେ। ଏଥିନିମନ୍ତେ ନିମନ୍ତେ ସକାଳ ୧୦ଟାରେ ବରଧରା ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀଙ୍କର ରାଜରାଜେଶ୍ଵର ବେଶ ଓ ରାଜରାଜେଶ୍ଵରୀ ବେଶ କରାଯିବ। ତାହା ସହ ବିବାହ ଉତ୍ସବର ମୁଖ୍ୟ ଆକର୍ଷଣ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ବିବାହ ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାରରୁ ଉର୍ଦ୍ଧ କଳାକାର ବାଦ୍ୟ , ଯୋଡିଶଙ୍ଖ, ମାଦଳବାଦ୍ୟ, କଳସନୃତ୍ୟ ସହ କୋଲକାତା ମେଦିନୀପୁରର ଢାକବାଦ୍ୟ ଦଳ ଯୋଗ ଦେବେ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories