www.samajalive.in
Thursday, December 11, 2025
13.1 C
Bhubaneswar

ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଖେଚେଡି ସଭିଁଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ

ଜାଣନ୍ତୁ ଏଭଳି କିଛି ଖାଦ୍ୟ ବିଷୟରେ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ଦହି ଭାତ
ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦୂର କରିଥାଏ। ରୋଗପ୍ରତିରୋଧକ ବୃଦ୍ଧି ସହ ଶରୀରରୁ ଅନେକ ରୋଗ ଦୂର କରିଥାଏ। ଦହି ଭାତକୁ ସୁପରଫୁଡ ବୋଲି କୁହାଯାଏ। ଏହା ପ୍ରୋଟିନ,କ୍ୟାଲସିୟମର ଉତ୍ତମ ସ୍ରୋତ। ଏହାସହ ଏଥିରେ କ୍ୟାଲସିୟମର ମାତ୍ରା ସର୍ବାଧିକ। ସେହିଭଳି ଭାତ, ରୁଟି, ଦୋସା ଆଦି ସହ ଆପଣ ଉଷୁମ ଚିକେନ ତରକାରୀ ମଧ୍ୟ ଖାଇ ପାରିବେ। ଏହାସହ ଜିଙ୍କ ଓ ଭିଟାମିନ ବି-୧୨ ଏଥିରେ ଭରପୁର ମାତ୍ରାରେ ରହିଛି। ଜିଙ୍କ ଥିବା ଖାଦ୍ୟ ପଦାର୍ଥରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ନାନା ସଂକ୍ରମଣରୁ ରକ୍ଷା କରିଥାଏ। ବିଭିନ୍ନ ରୋଗ ଜୀବାଣୁ ସହ ଲଢେଇ କରିଥାଏ।

ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଖେଚେଡି ସଭିଁଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ। ଏହା ଖୁବ ସହଜରେ ହଜମ ହୋଇଥାଏ। ଏଥିରେ ଭରପୁର ପରିମାଣରେ ପ୍ରୋଟିନ ରହିଥାଏ।
କର୍ଣ୍ଣାଟକ (ବିସି ବେଲ୍‍ ଭାତ) ଏହାର ଅର୍ଥ ଉଷୁମ ଡାଲି ଭାତ ଯାହା ଖେଚେଡି ଭଳି। ଏହା ପ୍ରସ୍ତୁତ କରିବା ପାଇଁ ଚାଉଳ, ଡାଲି, ବିଭିନ୍ନ ପନିପରିବା ଓ ବିିଭିନ୍ନ ମସଲାର ବ୍ୟବହାର ହୋଇଥାଏ। ଏହା ପୋଷକ ତତ୍ତ୍ୱ, ପ୍ରୋଟିନ, କାବ୍ରୋହାଇଡ୍ରେଟ, ଭିଟାମିନ ଓ ଖଣିଜରେ ଭରପୁର। ସେହିଭଳି ଟମାଟୋ, ହଳଦୀ, ରସୁଣ ଓ ଅଦା ଆଦିରେ ପ୍ରସ୍ତୁତ ରସମ ଦେଶର ସବୁଠାରୁ ସରଳ ଓ ସ୍ୱାଦିଷ୍ଟ ଖାଦ୍ୟ। ଏହାକୁ ଭାତରେ ମଧ୍ୟ ଖାଇ ପାରିବେ। ତାମିଲନାଡୁରେ ଏହାକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ସୁପ୍‍ ବୋଲି ମଧ୍ୟ କୁହାଯାଏ।

- Advertisement -

ଦେଶରେ ବିଭିନ୍ନ ପ୍ରକାର ଡାଲି ମିଳିଥାଏ। ସମସ୍ତ ଡାଲି ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ। ସେଭଳି ହିଁ ଏକ ଡାଲି ହେଉଛି ପାଳଙ୍ଗ ଡାଲି। ଏହି ଡାଲି ପ୍ରସ୍ତୁତ କରିବାକୁ ପାଳଙ୍ଗ, ଡାଲି, ତେନ୍ତୁଳି, ଭୁସଙ୍ଗପତ୍ର ଓ କିଛି ମସଲା ବ୍ୟବହାରରେ ପ୍ରସ୍ତୁତ କରାଯାଏ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏହାକୁ ପାଲକୁରା ପପ୍ପୁ ବୋଲି କୁହାଯାଏ। ସ୍ୱାସ୍ଥ୍ୟ ପାଇଁ ଏହା ବେଶ ଉପକାରୀ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories