www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଅଣ-ଶିକ୍ଷକ ପଦ ଖାଲିଥିବାବେଳେ ଏହାକୁ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଖାଲିଥିବା ଅଣଶିକ୍ଷକ ପଦରେ ସରକାରୀ/ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରିପାରିବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବିରେନ୍ଦ୍ର କୋରକୋରା ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ କର୍ମଚାରୀ ଅଭାବ ଯୋଗୁଁ ବିଶ୍ବବିଦ୍ୟାଳୟ ପରିଚାଳନା କରିବା କଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟରେ ସର୍ବାଧିକ ୨୦ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇପାରିବ। ସେକ୍ସନ ଅଧିକାରୀ, କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ଷ୍ଟୋର କିପର, ଗ୍ରନ୍ଥାଗାରିକ ଭଳି ପଦ ସହ ଗ୍ରୁପ୍‌ ଡିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଯୁକ୍ତି ଦେଇପାରିବେ। ସାଧାରଣ ପ୍ରଶାସନ ନିୟମ ଅନୁସାରେ ଏହି ନିଯୁକ୍ତି ଦିଆଯିବ। ଅର୍ଥ ବିଭାଗର ଦେୟ ମୁତାବକ ସେମାନଙ୍କୁ ପାରିଶ୍ରମିକ ମିଳିବ। ଏହି କର୍ମଚାରୀଙ୍କ ନିଯୁକ୍ତି ଅସ୍ଥାୟୀ ଭାବେ ଏକ ବର୍ଷ କିମ୍ବା ନୂଆ ନିୟମିତ କର୍ମଚାରୀ ନିଯୁକ୍ତି ପର୍ଯ୍ୟନ୍ତ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories