www.samajalive.in
Monday, December 8, 2025
27.1 C
Bhubaneswar

କାଶ୍ମୀରରେ ଥମୁନି ପ୍ରବାସୀ ଶ୍ରମିକଙ୍କ ଉପରେ ହିଂସାକାଣ୍ଡ

ଜାମ୍ମୁ-କାଶ୍ମୀର: କାଶ୍ମୀରରେ ଥମୁନି ପ୍ରବାସୀ ଶ୍ରମିକଙ୍କ ଉପରେ ହିଂସାକାଣ୍ଡ । ସୋପିଆନରେ ପୁଣି ପ୍ରାବସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଫଳରେ ଦୁଇଜଣ ଶ୍ରମିକ ଆହତ ହୋଇଥିବା ଖବର ମିଳିଛି । ମାତ୍ର ୨୪ଘଣ୍ଟା ମଧ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କ ଉପରେ ୩ଥର ଆକ୍ରମଣ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମିଳିଥିବା ସୂଚନା ମୁତାବକ ୨ ଆହତ ଶ୍ରମିକଙ୍କ ଘର ଛତିଶଗଡ଼ର ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ଆତଙ୍କବାଦୀ ମାନେ ଦୁଇ ଦୁଇ ଥର ଆକ୍ରମଣ କରିଥିଲେ । ହେଲେ ପୁଣି ତୃତୀୟ ଥର ପାଇଁ ବର୍ତ୍ତମାନ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଯାହାଫଳରେ ୨ଜଣ ଶ୍ରମିକ ଆହତ ହେବା ସହ ନିକଟସ୍ଥ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଉଛି । ଏନେଇ ସୁରକ୍ଷାକର୍ମୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories