www.samajalive.in
Monday, December 8, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫାଇଭ-ଟି ସ୍କୁଲ ଲୋକାର୍ପିତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଦଶ ଗୋଟି ବ୍ଲକର ୧୨ଟି ସ୍କୁଲକୁ ସ୍ମାର୍ଟ ସ୍କୁଲ କରିଥିବା ବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଫାଇଭ-ଟି ଉପକ୍ରମରେ ରୂପାନ୍ତର ପାଇଁ ଦଶ ଗୋଟି ବ୍ଲକର ୭୯ଟି ସ୍କୁଲକୁ ସାମିଲ କରିଛନ୍ତି। ଆଜି ସେଥି ମଧ୍ୟରୁ ଜିଲ୍ଲାର ୭୩ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଛି। ଏହିଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତ ମାନର ବିଜ୍ଞାନଗାର, ପାଇବା ପାଣିର ବ୍ୟବସ୍ଥା, ଉନ୍ନତ ଖେଳ ପଡିଆର ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଛାତ୍ରଛାତ୍ରୀମାନେ ମଧ୍ୟ ପଠା ପଢ଼ିବା ପାଇଁ ବେଶ ଉତ୍ସାହିତ ହେଉଛନ୍ତି।

ଦ୍ଵିତୀୟ ପର୍ଯ୍ୟାୟରେ ଚନ୍ଦାହାଣ୍ଡି ବ୍ଲକରେ ୮ଟି, ଡ଼ାବୁଗାଁ ବ୍ଲକରେ ୬ଟି, ଝରିଗାଁ ବ୍ଲକରେ ୮ଟି, କୋଷାଗୁମୁଡ଼ା ବ୍ଲକରେ ୮ଟି, ନବରଙ୍ଗପୁର ବ୍ଲକରେ ୭ଟି, ନନ୍ଦାହାଣ୍ଡି ବ୍ଲକରେ ୪ଟି, ପାପଡାହାଣ୍ଡି ବ୍ଲକରେ ୧୦ଟି, ରାଇଘର ବ୍ଲକରେ ୭ଟି, ତେନ୍ତୁଳିଖୁଣ୍ଟି ବ୍ଲକରେ ୫ଟି ଓ ଉମରକୋଟ ବ୍ଲକରେ ୧୦ଟି ସ୍ମାର୍ଟ ସ୍କୁଲ ହୋଇଛି ତାହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଲିପିକା ବରୋଇଙ୍କ ସହ ଜିଲ୍ଲାର ୧୦ଟି ବ୍ଲକର ଅଧକ୍ଷ, ଉପାଧ୍ୟକ୍ଷ, ନବରଙ୍ଗପୁର ଏସପି ଏସ ସୁଶ୍ରୀ, ଡ଼ିଆରଡ଼ିଏ ପିଡି ରତ୍ନାକର ସାହୁ, ନବରଙ୍ଗପୁର ଏଡିଏମ ଭାସ୍କର ରୋଇତ, ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗଙ୍କ ସହ ବିଭିନ୍ନ ବିଭଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଯୁଇସ ଖ୍ରୀଷ୍ଟିନା ସୁନା ବିଦ୍ୟାଳୟରେ ତାଙ୍କର ଅଭିଜ୍ଞତା ପ୍ରକାଶ କରିବା ସହ ପାପଡାହାଣ୍ଡି ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଗ୍ରାମରୁ ନିଜ ଅଭିଭାବକଙ୍କ ସହ ପ୍ରାୟ ୧୫ରୁ ୨୦ କିମି ଦୂରରୁ ଆସୁଥିବା ବେଳେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଯିବା ଆସିବାରେ ଅର୍ଥ ବାଧକ ସାଜୁଥିବା କହିବା ପରେ ମୁଖ୍ୟମନ୍ତ୍ରୀ ସେ ଦିଗରେ ପ୍ରଚେଷ୍ଟା କରାଯିବ ବୋଲି କହିବା ସହ ଛାତ୍ରୀଙ୍କୁ ଭବିଷ୍ୟତରେ କଣ ହେବ ବୋଲି ପଚାରି ବୁଝିଥିଲେ, ତାହାର ଜବାବ ରଖି ଛାତ୍ରୀ ଜଣଙ୍କ ଭବିଷ୍ୟତରେ ଆଇଏଏସ ଅଫିସର ହେବାପାଇଁ ଇଛୁକ ଥିବା କହିଥିଲେ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି ଅବସରରେ ତାଙ୍କ ବକ୍ତବ୍ୟ ରଖିଥିଲେ ଏବଂ ଜିଲ୍ଲାରେ ଶିକ୍ଷାର ବିକାଶକୁ ଆଗେଇ ନେବାସହ ଏହି ଅଂଚଳର ଆଦିବାସୀ ଲୋକଙ୍କୁ ସ୍ମାର୍ଟ ସ୍କୁଲରେ ପଢ଼ିବାର ସୁଯୋଗ ମିଳିଅଛି ବୋଲି କହିବା ସହ ନବୀନ ପଟନାୟକ ସରକାର ଅମଳରେ ମା’ ମାନଙ୍କୁ ମମତା ଯୋଜନାରେ ସାମିଲ କରିଥିବା ଯୋଗୁଁ ଆଜି ଏହି ଅଂଚଳର ଛୁଆମାନେ ହୁଷ୍ଟପୁଷ୍ଟ ହୋଇ ରାଜକୁମାର ପରି ଦିଶୁଛନ୍ତି। ଆମ ଅମଳରେ ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ଥିଲେ ଆଜି ଆମେ ମଧ୍ୟ ସୁନ୍ଦର ରାଜକୁମାର ପରି ହୋଇପାରିଥାନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅଭିଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ କରାଯାଇଥିଲା।ଶେଷରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories