ନର୍ଲା: ନର୍ଲା ବ୍ଲକର ଭାନପୁର ପଞ୍ଚାୟତ ବଫଲା ଗ୍ରାମର ଏକ ମାନସିକ ବିକୃତ ଯୌବନ ଦ୍ଵୀପକୁ ନର୍ଲା-ମ ରାମପୁର ରାଜ୍ୟ ରାଜରାସ୍ତା ବଫଲା ଗ୍ରାମ ନିକଟରେ ପ୍ରାୟ ସଂଧ୍ୟା ୭ଟା ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ମୁଣ୍ଡରେ ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଗୁରୁତର ଅବସ୍ଥା ହୋଇଛି। କିଟିକିଟି ଅନ୍ଧାରରେ ସେ ରାସ୍ତାରେ ପଡିଥିବା ବେଳେ ଭାନପୁରର କପାଳୀ ପଧାନ ଘଟଣାକୁ ଦେଖି ଗ୍ରାମବାସୀଙ୍କୁ ତୁରନ୍ତ ଖବର କରିବା ସହ ୧୦୮କୁ ଫୋନ କରିଥିଲେ। ଗରୁତର ଅବସ୍ଥାରେ ଆହତକୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।
Popular Categories



