www.samajalive.in
Wednesday, December 10, 2025
14.1 C
Bhubaneswar

ରାସ୍ତା କଡରେ କଣ୍ଢେଇ ବିକୁଥିବା ଯୁବକଙ୍କ ଉପରେ ମାଡିଗଲା ଡମ୍ଫର ; ୩ ମୃତ

ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋରଖପୁରର ପାଦଲଗଞ୍ଜରେ ଏକ ଡମ୍ଫର ଛଅ ଜଣଙ୍କ ଉପରେ ମାଡିଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ, ଉକ୍ତ ୩ ଜଣ ଯୁବକ ପାଦଲଗଞ୍ଜରେ ରାସ୍ତା କଡରେ ଟେଡିବିୟର ବିକିବାର କାମ କରୁଥିଲେ। ରାତି ସମୟରେ ରାସ୍ତା କଡରେ ଥିବା ଝୁମ୍ପୁଡିରେ ହିଁ ଶୋଇପଡିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡମ୍ଫରକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଶୁକ୍ରବାର ଭୋର ୪ଟା ସମୟରେ ଏକ ମାଟି ବୋଝେଇ ଡମ୍ଫର ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଝୁମ୍ପୁଡି ଉପରେ ମାଡି ଯିବା ସହ ଗଛକୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପ୍ରତି ଶୋକ ବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଅରୋଗ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories