www.samajalive.in
Monday, December 8, 2025
13.1 C
Bhubaneswar

କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ଉପରେ ମାଡ଼ିଗଲା ଟ୍ରକ

ଭଦ୍ରକ: ଜଣେ ପୁଲିସ ଅଧିକାରୀ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ମାଡ଼ିଗଲା ଟ୍ରକ। ଫଳରେ ପୁଲିସ ଅଧିକାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ୧୬ନଂ ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକରେ। ଚିଙ୍ଗୁଡିପୁର ଛକ ନିକଟରୁ ରାସ୍ତା ଜାମ୍‌ ହଟାଉଥିବା ସମୟରେ ଜିଲା ପୁଲିସରେ କାର୍ଯ୍ୟରତ ଏସପିଓ ସୁଜିତ ପାଣ୍ଡବଙ୍କ ଉପରେ ଏକ ଟ୍ରକ ଚଢିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଚିଙ୍ଗୁଡିପୁର ଛକ ନିକଟରେ ହଠାତ ରାସ୍ତା ଜାମ୍ ହୋଇଯାଇଥିଲା। ଏହି ସମୟରେ ଏନଏଚ ପାଟ୍ରୋଲିଂ ଦାୟିତ୍ୱରେ ଥିବା ଏସପିଓ ସୁଜିତ ପାଣ୍ଡବ ରାସ୍ତାରେ ଠିଆ ହୋଇ ଗାଡିଗୁଡିକୁ ପାସ୍ କରାଉଥିଲେ। ଏହି ସମୟରେ ସେଠାରେ ଥିବା ଡାଇଭର୍ସନ ନିକଟରେ ଏକ ଟ୍ରକ ପୁଲିସ ଅଧିକାରୀଙ୍କ ଉପରେ ଚଢି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ଓ ପରେ କଟକ ବଡ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଏହି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଧାମନଗର ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି। ସୁଜିତ ପାଣ୍ଡବ ପୂର୍ବରୁ ସେନା ନିଵୃତ ଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories