www.samajalive.in
Monday, December 8, 2025
13.1 C
Bhubaneswar

ନନ୍ଦକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ଟିକଟ କାଟିପାରିବେନି ଗାଇଡ

ନନ୍ଦନକାନନ: ଏଣିକି ଗାଇଡ (ପ୍ରଦର୍ଶକ)ମାନେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ଟିକଟ କାଟି ପାରିବେନାହିଁ। ଗୁରୁବାରଠାରୁ ଗାଇଡଙ୍କ ଟିକଟ କାଟିବା ଉପରେ ରୋକ ଲଗାଇଛନ୍ତି କର୍ତ୍ତୃପକ୍ଷ। ରାଜସ୍ୱ ବିଭାଗର ବନାଞ୍ଚଳ (ରେଞ୍ଜର) ଅଧିକାରୀ ସ୍ୱାଗତିକା ସାହୁ ଆଜି ଅଚାନକ ଟିକଟ କାଉଣ୍ଟର ପାଖରେ ପହଞ୍ଚି ଗାଇଡଙ୍କୁ ଟିକଟ ନଦେବାକୁ କର୍ମଚାରୀଙ୍କୁ କହିଥିଲେ। ଏହା ଜାଣିବା ପରେ ଗାଇଡମାନେ ଆସି ହୋହଲ୍ଲା କରିଥିଲେ। ରେଞ୍ଜର ଗାଇଡଙ୍କୁ ବୁଝାସୁଝା କରି ନ ପାରିବାରୁ ଉପନିର୍ଦେଶକ ଘଟଣାସ୍ଥଳରେ ପହଞ୍ଚି କଳାବଜାରୀ ରୋକିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କହିଥିଲେ। ହେଲେ ଗାଇଡମାନେ ତାଙ୍କ କଥା ଶୁଣି ନ ଥିଲେ।

 

- Advertisement -

ଏହାପରେ ନନ୍ଦନକାନନ ଥାନା ପୁଲିସ ଆସି ଗାଇଡଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଭିଡ଼ରୁ ରକ୍ଷା ପାଇଁ ପର୍ଯ୍ୟଟକମାନେ ଅନଲାଇନ ଟିକଟ କାଟିବା ସୁବିଧା ରହିଛି। ଏହାସହ ସେମାନେ ଚାହିଁଲେ ସେମାନଙ୍କ ମଧ୍ୟରୁ ଜଣେ କେହି ଧାଡ଼ିରେ ଠିଆ ହୋଇ ଟିକଟ କାଟିପାରିବେ। ଏହାଦ୍ୱାରା କଳାବଜାରୀ ରୋକି ହେବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଉପନିର୍ଦେଶକ ଡ. ସଞ୍ଜିତ କୁମାର କହିଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories