www.samajalive.in
Saturday, December 6, 2025
19.1 C
Bhubaneswar

ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟ ଖାଲି; କେମିତି ପାଠ ପଢ଼ିବେ ପିଲା ?

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୁଗା  ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ଦୁଇଜଣ  ଶିକ୍ଷକ ଶ୍ରୀ କଂସମଣୀ ଶତପଥୀ ଓ  ପଞ୍ଚାନନ ସାହୁ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।ଏହି ଅବସରରେ ବିଦ୍ୟାଳୟ  ପରିଚାଳନା  କମିଟି ପକ୍ଷରୁ  ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ ଦାଶ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ପ୍ରଧାନ, ପରିଚାଳନା କମିଟିର ଅଧ୍ୟକ୍ଷା ଉର୍ମିଳା ବାଗ, ଶିକ୍ଷକ ଡାକ୍ତର ବିଶି ମଞ୍ଚାଶୀନ ଥିଲେ । ଶ୍ରୀମତୀ ବାଗଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । କୁନି କୁନି ପିଲାମାନେ ତାଙ୍କର ପ୍ରିୟ ଶିକ୍ଷକଙ୍କ ପାଇଁ  ସମ୍ବର୍ଦ୍ଧନା ସଙ୍ଗୀତ ଗାଇଥିଲେ ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା  ଏହି ବିଦ୍ୟାଳୟରେ  ମାତ୍ର ଆଉ ଅଛନ୍ତି ତିନି ଜଣ ଶିକ୍ଷକ ।ସେମାନଙ୍କ ମଧ୍ୟରୁ ପୁଣି ଆଉ ଦୁଇଜଣ ଶିକ୍ଷକଙ୍କ ପଦୋନ୍ନତି ହୋଇସାରିଛି । ତେଣୁ  ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ମଧ୍ୟ  ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇ  ଚାଲିଯିବେ ବୋଲି ଜଣାପଡିଛି । ଏହାପରେ ମାତ୍ର ଜଣେ ଶିକ୍ଷକ ରେ ଚାଲିବ ବିଦ୍ୟାଳୟ । ତେବେ ସେ ଶିକ୍ଷକ ପାଠ ପଢ଼ାଇବେ ନା ପିଲାଙ୍କ ମଧ୍ୟାହ୍ନ ଭୋଜନ କଥା ବୁଝିବେ , ଏ ନେଇ ଚିନ୍ତାରେ ପଡିଯାଇଛନ୍ତି । ହେଲେ ସରଳ କୋମଳମତି ପିଲାମାନଙ୍କ ମନରେ ନା ରହିଛି ଏଥିପାଇଁ ଚିନ୍ତା କି ଭାବନା।ତାଙ୍କୁ ଦରକାର୍ ସ୍ନେହରେ ପିଠିକୁ ଥାପୁଡ଼ାଇ ଦେଇ  ତାଙ୍କୁ ଉତ୍ସାହିତ କରିବା ପାଇଁ  ଦୁଇ ପଦ ପ୍ରେରଣା ଓ  ଆଦର ଭରା କଥା କହୁଥିବା ଛାତ୍ର ବତ୍ସଲ ଶିକ୍ଷକ  ଟିଏ ।

- Advertisement -

ଏମିତି ଦୁଇ ଦୁଇ ଜଣ  ଛାତ୍ରବତ୍ସଲ  ଶିକ୍ଷକ ତାଙ୍କଠାରୁ  ବିଦାୟ ନେଇଛନ୍ତି । ଏହି ଅବସରରେ ବିଦାୟୀ ଶିକ୍ଷକ କହିଥିଲେ ଯେ ସରକାରଙ୍କ ଚାକିରିରୁ ସିନା ସେମାନେ ଅବସର ନେଇଛନ୍ତି ,ହେଲେ ଏଇ କୁନି କୁନି ପିଲାଙ୍କ ସହ ଦୀର୍ଘ ଦିନ ଧରି  ଶିକ୍ଷାଦାନ  କରୁ କରୁ ଯେଉଁ ମଧୁର ଅନୁଭୂତି ତାଙ୍କର ହୋଇଛି ,ସେଇ ଅନୁଭୂତିରୁ ସେମାନେ କେବେହେଲେ ଅବସର ନେବେ ନାହିଁ । ଏହି ଅନୁଭୂତି ହିଁ ତାଙ୍କ ଶିକ୍ଷକ ଜୀବନର ବହୁମୂଲ୍ୟ ସମ୍ବଳ ବୋଲି ଶ୍ରୀ ଶତପଥୀ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ  ନନ୍ଦିଘୋଷ ଭୁଏ, ମଧୁସୂଦନ ନାଏକ, ଏକାଦଶିଆ ଷଣ୍ଢ, ମଞ୍ଜୁଲତା  ବେହେରା , ସ୍କୁଲ୍ ଛାତ୍ର ଛାତ୍ରୀ,କମିଟିର ସଭ୍ୟ ସଭ୍ୟା,ପୂର୍ବତନ ଛତ୍ର ଛାତ୍ରୀ , ବୁଗୁବୁଗl କ୍ଲଷ୍ଟର ଅଧୀନରେ ଥିବା  ସବୁ ବିଦ୍ୟାଳୟ ମାନଙ୍କର ଶିକ୍ଷକ , ଶିକ୍ଷୟିତ୍ରୀ  ତଥା ଅଭିଭାବକ ଅଭିଭlବିକା ଉପସ୍ଥିତ ଥିଲେ ପରିଶେଷରେ ଶିକ୍ଷକ ଡାକ୍ତର ବିଶି  ଧନ୍ୟବାଦ୍  ଅର୍ପଣ କରିଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories