www.samajalive.in
Monday, December 8, 2025
24.1 C
Bhubaneswar

ଜମିବାଡି ବିବାଦ ; ବଡ ଭାଇ ଆକ୍ରମଣରେ ସାନଭାଇ, ସ୍ତ୍ରୀ ଗୁରୁତର

ଆନନ୍ଦପୁର :  କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡିକୁ କେନ୍ଦ୍ର କରି ବଡ ଦୁଇଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଆହତ ସାନଭାଇ ଅମର ପାତ୍ର ଓ ସ୍ତ୍ରୀ କାନ୍ଦିରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଜାୟା, ଗାଁର କଷ୍ଟିଆ ପାତ୍ରର ତିନିପୁଅ କୁଳମଣି , ଉମାକାନ୍ତ ଓ ଅମର ରହିଥିବାବେଳେ ସାନଭାଇ ଅମରକୁ ବଡ ଦୁଇଭାଇ କୂଳମଣି ଓ ଉମାକାନ୍ତ ଜମିବାଡରୁ କୈଣସି ଭାଗ ଦେଉନାହାଁନ୍ତି । ଏଥିଲାଗି ସେ ନିଜ ଘର ଛାଡି ଅନ୍ୟତ୍ର ରହୁଥିଲେ । ତେବେ ବଡବାପାଙ୍କ ମୃତ୍ୟୁ ଯୋଗୁଁ ଭାଇମାନେ ସାନ ଭାଇ ଅମରକୁ ଶୁଦ୍ଧିକ୍ରିୟା ପାଇଁ ଡାକିଥିଲେ । ମାତ୍ର ଅମରକୁ କୈଣସି କାମରେ ନପଚାରିବାରୁ ବଡବାପାଙ୍କ ଦଶାହରେ ସେ ତୁଠରେ ଅଲଗା ଗାଧୋଇ ସୁଦ୍ଧି ହୋଇଥିଲେ । ଏହି କାରଣକୁ କେନ୍ଦ୍ରକରି ଗତକାଲି ଅମରଙ୍କୁ ବଡ ଦୁଇଭାଇ ଧମକାଇଥିବା ବେଳେ ଆଜି ଠେଙ୍ଗା ଓ ଲୁହାରଡ ଧରି ଆକ୍ରମଣ କରିଥିଲେ । ଏହି ସମୟରେ ସ୍ତ୍ରୀ ଛଡାଇବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତିି । ପୁରା ଘଟଣା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories