www.samajalive.in
Saturday, December 6, 2025
16.1 C
Bhubaneswar

ଜିଲ୍ଲାପାଳଙ୍କ ତୁରେକେଲା ବ୍ଲକ ଗସ୍ତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ତୁରେକେଲା ବ୍ଲକ ଗସ୍ତରେ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଦାନ, ରୋଗୀ ଚିକିତ୍ସା ଲାବରେ ପରୀକ୍ଷା କେମିତି ଚାଲିଛି ,କାର୍ୟ୍ୟରତ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ପରେ ଝରଣୀ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ମୋ ସ୍କୁଲ ୫ଟି ଅଧୀନରେ ଆଧୁନିକ କରଣ ଚାଲିଥିବା ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଝରଣୀ ଗ୍ରାମରେ ଶିବ ବନ୍ଧ ନିକଟ ଚାଲୁ ଥିବା ମନରେଗା କାର୍ୟ୍ୟ ବୁଲିଦେଖିଥିଲେ । ଜିଲ୍ଲାପାଳ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଯଥା ଶୀଘ୍ର ଚାଲୁ କରିବା ସହ, ଆଦର୍ଶ ବିଦ୍ୟାଳୟରେ ପାଣିର ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ଝରଣୀ ଗ୍ରାମରୁ ପାଇପ ଲାଇନ ଯୋଗେ ଆଦର୍ଶ ସ୍କୁଲ ପାଣି ଯୋଗାଣ ପାଇଁ ଯଥାଶୀଘ୍ର ଏସ୍ଟିମେଟ ଦେବାକୁ ନିର୍ଦେଶ ଦେଇଥିଲେ।
ସୂଚନା ଯୋଗ୍ୟ, ସ୍ମାର୍ଟ ସ୍କୁଲ ନବୀକରଣ ନିର୍ମାଣ କାର୍ୟ୍ୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଝରଣୀ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି, ଓ ଭାଲୁକୁନା ସ୍କୁଲର ନିର୍ମାଣ କାର୍ୟ୍ୟ ଶୀଘ୍ର ସାରିବାକୁ ବି ଡ଼ି ଓ ତୁରେକେଲାଙ୍କୁ ନିର୍ଦେଶ ଦେଇଥିଲେ । ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲ୍ଲାପାଳ ଟିଟିଲାଗଡ଼ ସତ୍ୟବାନ ମନୋଜ ମହାଜନ, ତହସିଲଦାର ସମୀର ବେହେରା,ବି. ଡ଼ି. ଓ ଦେବାଶିଷ ସାମଲ, ବ୍ଲକ ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, କନିଷ୍ଠ ଯନ୍ତ୍ରୀ ଲବଣିଧର କାଲୋ, ଆର ଡବ୍ଲୁ ଏସ. ଏସ. ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ବାଗେ, କନିଷ୍ଠ ଯନ୍ତ୍ରୀ ହାରିନ୍ଦ୍ରନାଥ ପ୍ରଧାନ, ମିନତୀ ମହାରଣା, ଆଦର୍ଶ ବିଦ୍ୟାଳୟ ଅଧକ୍ଷ, ଉପସ୍ଥିତ ଥିଲେ। ପରେ ଅପରାହ୍ନରେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ, କଣ୍ଟାବାଞ୍ଜି ପୂର୍ତ୍ତ ଓ ରାସ୍ତା, ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଅର୍ଜୁନ ବେହେରା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କ ସହ କଣ୍ଟାବାଞ୍ଜି ସହରରେ ଚାଲୁଥିବା ବିଭିହ୍ନ ଉନ୍ନୟନ ମୂଳକ କାର୍ୟ୍ୟର ଅଗ୍ରଗତି ସମ୍ୱନ୍ଧରେ ସମୀକ୍ଷା କରି ବଲାଙ୍ଗୀର ଫେରି ଯାଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories