www.samajalive.in
Sunday, December 7, 2025
16.1 C
Bhubaneswar

ଗୁପଚୁପ୍‍ର କାହାଣୀ : କିଏ କାହାକୁ ପ୍ରଥମେ ଖୁଆଇଥିଲେ ଗୁପ୍‍ଚୁପ୍‍

ଗୁପଚୁପ ସଭିଁଙ୍କୁ ଖୁବ ପସନ୍ଦ। ରାସ୍ତାରେ ହେଉ ଅଥବା ଘରେ ଗୁପଚୁପ ପ୍ରେମୀ ଗୁପଚୁପ ସର୍ବଦା ପସନ୍ଦ କରିଥାଆନ୍ତି। ଦେଶରେ ଏଭଳି ହୁଏତ ଖୁବ୍‍ କମ ଲୋକେ ଥିବେ,ଯାହାଙ୍କୁ ଗୁପଚୁପ ଖାଇବା ପସନ୍ଦ ନୁହେଁ। ପଶ୍ଚିମରୁ ଆରମ୍ଭ କରି ଦକ୍ଷିଣ ପର୍ଯ୍ୟନ୍ତ ସବୁଠାରେ ରହିଛନ୍ତି ଗୁପଚୁପ ପ୍ରେମୀ। ଏହାର ବିଭିନ୍ନ ନାମ ମଧ୍ୟ ରହିଛି। କେଉଁଠାରେ ଏହାକୁ ଗୋଲଗପ୍ପେ କୁହାଯାଏ ତ କେଉଁଠାରେ ପୁଚକା ତ ଆଉ କେଉଁଠି ପାନୀପୁରୀ। ପ୍ରତ୍ୟେକ ଏହାକୁ ଖାଇବାକୁ ଇଚ୍ଛା ଓ ପସନ୍ଦ କରିଥାଆନ୍ତି। ମାତ୍ର ହୁଏତ ଅଧିକାଂଶ ଲୋକେ ଏହାର ଇତିହାସ ଜାଣିନଥିବେ। ଏହାର ଆରମ୍ଭ କେବେ କେଉଁଠାରେ ଓ କିପରି ହୋଇଛି ? କିଏ କାହାକୁ ପ୍ରଥମେ ଗୁପଚୁପ ଖୁଆଇଥିଲା। ଜାଣନ୍ତୁ ଚଟପଟା ଗୁପଚୁପର ଇତିହାସ।
ବିଭିନ୍ନ ପ୍ରକାର ଜିନିଷକୁ ବ୍ୟବହାର କରାଯାଇ ଏହି ଗୁପଚୁପ ତିଆରି ହୋଇଛି। ଏଥିରେ ମଇଦା,ସୁଜି,ଅଟା ମିଶା ଯାଇଥାଏ। ଛୋଟ ଛୋଟ ଗୋଲ ପୁରୀ ଆକାର ବେଲି ଏହାକୁ ଛଣାଯାଏ। ଏହାପରେ ଏହା ମଧ୍ୟରେ ସିଝା ଆଳୁରେ ବିଭିନ୍ନ ପ୍ରକାର ମସଲା, ପିଆଜ,ଲଙ୍କା, ଲୁଣ, ଧନିଆପତ୍ର,ପୁଦିନା ପତ୍ର ,ବିଭିନ୍ନ ମସଲା ଆଦି ବ୍ୟବହାର କରାଯାଇ ଗୁପଚୁପ ମଧ୍ୟରେ ରଖାଯାଏ। ଶେଷରେ ଚଟପଟା ତେନ୍ତୁଳି ପାଣିରେ ଅନ୍ୟ ସାମଗ୍ରୀ ମିଶା ଯାଇ ଏହି ଖଟାପାଣି ସହ ଗୁପଚୁପ ଖାଇବାର ମଜା ନିଆଯାଏ।
ଏହି ସ୍ୱାଦିଷ୍ଟ ଗୁପଚୁପର ଇତିହାସ ହୁଏତ ସଭିଏଁ ଜାଣି ନଥିବେ। ଏହାର ଇତିହାସ ହଜାର ବର୍ଷ ତଳ। ଏହାର ପୌରାଣିକ କଥା ମଧ୍ୟ ରହିଛି।
ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ,ପୁରାଣରେ ମଧ୍ୟ ଗୁପଚୁପ ବିଷୟରେ ବର୍ଣ୍ଣନା କରାଯାଇଛି। ପୌରାଣିକ ମାନ୍ୟତା ଅନୁଯାୟୀ, ଦୌପଦୀ ପ୍ରଥମେ ପାଣ୍ଡବଙ୍କୁ ଗୁପଚୁପ ପ୍ରସ୍ତୁତ କରି ଖୁଆଇଥିଲେ। କୁହାଯାଉଛି, ପାଣ୍ଡବ ବନବାସ ଥିବା ସମୟରେ ଘରେ ଖାଦ୍ୟର ସାମଗ୍ରୀ ଖୁବ ଥାଏ। କମ ସାମଗ୍ରୀରେ କୁନ୍ତି ଦୌପଦୀଙ୍କୁ ବିଭିନ୍ନ ଜିନିଷ ତିଆରି କରି ଶିଖାଇବା ସହ ପାଣ୍ଡବଙ୍କୁ ଖୁଆଉଥିଲେ ବୋଲି ମାନ୍ୟତା ରହିଛି।
୪୦୦ ବର୍ଷ ପୂର୍ବରୁ ଜଣେ ରାଜା ଭାରତରେ ଏହାକୁ ତିଆରି କରିଥିଲେ। ଏହାକୁ ଭାରତରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ। ସ୍ଥାନକୁ ନେଇ ଏହାର ସ୍ୱାଦ ମଧ୍ୟ ଭିନ୍ନ ହୋଇଥାଏ। କେଉଁଠାରେ ଏହାକୁ ଖଟାମିଠା ତ କେଉଁଠାରେ ଏହାକୁ ଅଧିକ ଖଟା ଜିନିଷ ବ୍ୟବହାର କରି ଖିଆଯାଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories