www.samajalive.in
Thursday, December 11, 2025
15.1 C
Bhubaneswar

ମହଙ୍ଗା ହେବ ବିମାନ ଯାତ୍ରା !

ନୂଆଦିଲ୍ଲୀ : ବିମାନ ଇନ୍ଧନ (ଏଟିଏଫ) ଦାମ ବୃଦ୍ଧି ଏବଂ ୫% ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଭାରତର ବିମାନ ଯାତ୍ରା ଉପରେ ପଡ଼ିଛି। ଫଳରେ ଖୁବଶୀଘ୍ର ବିମାନ ଯାତ୍ରା ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି। ଉତ୍ସବ ଋତୁ ଆରମ୍ଭ ସହ ବିମାନ ଯାତ୍ରା ପାଇଁ ଟିକେଟ୍‍ ଦର ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ଇନ୍ଧନ ଏବଂ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ବିମାନ ଯାତ୍ରା ସେବା ପ୍ରଦାନକାରୀ କମ୍ପାନୀ ଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢିଯାଇଛି। ଏହାକୁ ଭରଣା କରିବା ପାଇଁ ବିମାନ କମ୍ପାନୀଗୁଡ଼ିକ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ବିମାନ ଯାତ୍ରା ଟିକେଟ୍‍ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦୁଇ ମାସ ମଧ୍ୟରେ ଦଶହରା, ଦୀପାବଳୀ, ନବରାତ୍ରି, ଭାଇ ଦୁଜ୍‍ ଉତ୍ସବ ପଡ଼ିବ। ପର୍ବପର୍ବାଣୀ ଛୁଟିରେ ଲୋକେ ବାହାର ରାଜ୍ୟର କାର୍ଯ୍ୟକ୍ଷେତ୍ରରୁ ଘରକୁ ଓ ଅନ୍ୟସ୍ଥାନକୁ ଯିବା ପାଇଁ ବିମାନ ଯାତ୍ରା କରିବାକୁ ପସନ୍ଦ କରିବେ ଓ ଏହି ସୁଯୋଗରେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍‍ ମୂଲ୍ୟ ବୃଦ୍ଧି କରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ଏବେ ବିମାନରେ ବ୍ୟବହୃତ ଜେଟ୍‍ ଇନ୍ଧନ (ଏଟିଏଫ) ମୂଲ୍ୟ ୨୦୧୪ ପରଠାରୁ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଦେଶରେ ଅପ୍ରେଲ ୨୦୧୭ରେ ଏଟିଏଫ ମୂଲ୍ୟ ପ୍ରତି କିଲୋଲିଟର ପିଛା ୫୧୪୮୨ ଟଙ୍କା ଥିଲା। ଏବେ ଏହା ବୃଦ୍ଧି ପାଇ ପ୍ରତି କିଲୋଲିଟର ପିଛା ୭୪୫୬୭ ଟଙ୍କାରେ ପହଞ୍ଚିଛି। ଏହାସହ ଜେଟ୍‍ ଇନ୍ଧନ ଉପରେ ଆମଦାନୀ ଶୁଳ୍କକୁ ୫% ବୃଦ୍ଧି କରିଦିଆଯାଇଛି। ଇନ୍ଧନ ଏବଂ ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ଉପରେ ପଡ଼ିଛି। କେବଳ ଇନ୍ଧନ ଏୟାରଲାଇନ୍ସର ପରିଚାଳନା ଖର୍ଚ୍ଚର ୪୫% ରହିଥାଏ। ତେଣୁ ବିମାନ ଟିକେଟ୍‍ ମୂଲ୍ୟ ବୃଦ୍ଧି ବ୍ୟତୀତ କମ୍ପାନୀଗୁଡ଼ିକୁ ପାଖରେ ଅନ୍ୟ ବିକଳ୍ପ ନାହିଁ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ଯେ ବିମାନ ଯାତ୍ରା ଟିକେଟ୍‍ ମୂଲ୍ୟ ନିର୍ଦ୍ଧାରଣରେ ସରକାର ହସ୍ତକ୍ଷେପ କରିବେ ନାହିଁ। ଫଳରେ ବିମାନ ଯାତ୍ରା ଟିକେଟ୍‍ ମୂଲ୍ୟ ବୃଦ୍ଧି ହେବା ସୁନିଶ୍ଚିତ ବୋଲି କୁହାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories