www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକ ସହ ୩୦୦କେଜି ଗଞ୍ଜେଇ ଜବତ, ୨ ଗିରଫ

ପଦ୍ମପୁର: ପଦ୍ମପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଶନିବାର ୩୨୬ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସମୟରେ ୟୁପି ୮୨ଟି ୨୭୬୨ ନମ୍ବର ବିଶିଷ୍ଟ ଏକ ଟ୍ରକ ଦ୍ରୁତ ଗତିରେ ପଳାଇ ଯାଇଥିଲା। ପୁଲିସ ଏହି ଟ୍ରକକୁ ପିଛା କରିଥିଲା ଏବଂ ପଦ୍ମପୁର ଥାନା ମାର୍ଦ୍ଧିଗୁଡା ନିକଟରେ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ନୂଆ ତରିକା ଭାବେ ଟ୍ରକ ମଧ୍ୟରେ କୀଟନାଶକ ଔଷଧ ଡବା ମଧ୍ୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ପୁଲିସ ଦେଖିବାକୁ ପାଇଥିଲେ । ଏହି ଟ୍ରକରୁ ୩୦୦ ସହ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ଦୁଇଜଣ ଆସିବୀର ସିଂ ଓ ପନ୍ନା ଲାଲକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ.୧୫ଲକ୍ଷଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଗିରଫ ୨ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ଆଉ ଦୁଇ ଜଣ ସମ୍ପୃକ୍ତ ଥିବା ପ୍ରୋବେସନ ପୁଲିସ ଅଧିକାରୀ ରଶ୍ମିରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ଏହି ତଦନ୍ତ ସମୟରେ ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିୟା , ଅରୁଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ବର୍ଷ ରାୟଗଡା ଜିଲା ପଦ୍ମପୁର ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷକୁ ନଷ୍ଟ କରୁଛି ପୁଲିସ୍, କିନ୍ତୁ ଗଞ୍ଜେଇ ଚାଲାଣ ବନ୍ଦ ହେଉନଥିବା ଦେଖିବାକୁ ମିଳୁଛି। ଏତେ ପରିମାଣର ଗଞ୍ଜେଇ ଚାଲାଣର କିଙ୍ଗପିନ କିଏ ଏହି ଚାଲାଣ ପଛରେ ଆଉ କାହାର ସଂମ୍ପୃକ୍ତି ଅଛି ତାହା ପୋଲିସ୍ ତଦନ୍ତ କରୁଥିବା କହିଛି।

ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଜିଲା ଆରକ୍ଷୀ ଅଧ୍ୟକ୍ଷ ବିବେକାନନ୍ଦ ଶର୍ମା ବ୍ୟାପକ ବ୍ୟବସ୍ଥା କରିଛନ୍ତି। ବିଶେଷ କରି ରାୟଗଡା ଜିଲ୍ଲାର ସମସ୍ତ ସୀମାନ୍ତ ରାଜ ପଥରେ ତନଖି କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ପଦ୍ମପୁର ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଅଞ୍ଚଳକୁ ଚାଲାଣ ହେଉଥିବା ନଜିର ରହିଛି। ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ ଅଜୟ କୁମାର ବାରିକଙ୍କ ନିର୍ଦେଶ କ୍ରମେ ପଦ୍ମପୁର ଥାନା ଓ କେନ୍ଦୁଗୁଡା ଫାଣ୍ଡିର ମିଳିତ ଭାବେ ଗତ ୨ରୁ୩ ମାସ ମଧ୍ୟରେ ୩୦ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ବେଳେ ବହୁ ନାମୀ ଦାମୀ କାର, ଟ୍ରକ, ସହ ମୋଟର ସାଇକେଲ ଜବତ କରିବା ସହ ବହୁ ଅଭିଯୁକ୍ତକୁ ଗିରଫ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories