www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟ ଓ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଦସ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ଓ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଦସ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଛି। ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଭାପତି ଡ଼ା ଜଷ୍ଟିସ ଡିପି ଚୌଧୁରୀ, ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏସ ନାଇଡୁ ଉପସ୍ଥିତ ରହି ଆୟୋଗର କାର୍ୟ୍ୟ ସୀମା ଉପରେ ଆଲୋଚନା କରିଥିଲେ।
ଜାତୀୟ, ରାଜ୍ୟ ଓ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ କ୍ଷମତା, କାର୍ୟ୍ୟକାରିତା ଓ ଦାୟିତ୍ୱବୋଧ ଉପରେ ଜଷ୍ଟିସ ଚୌଧୁରୀ ଆଲୋକପାତ କରିଥିଲେ। ଜଷ୍ଟିସ ନାଇଡୁ ଗ୍ରାହକ ସୁରକ୍ଷା ଆଇନ ଅଧୀନରେ ଆସିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ରାୟର ଦୃଷ୍ଟାନ୍ତ ରଖିବା ସହ ରାୟ କାର୍ୟ୍ୟକାରିତା ନେଇ ଆଲୋଚନା କରିଥିଲେ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପରାମର୍ଶଦାତା ପ୍ରଫେସର ବିଜନ କୁମାର ମିଶ୍ର ଚିଠା ଇ-କମର୍ସ ଆଇନ ଓ ପ୍ରତ୍ୟକ୍ଷ ବିକ୍ରୟ ଆଇନ ପ୍ରସଙ୍ଗରେ ଉପସ୍ଥାପନା ରଖିଥିଲେ। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ)ର ଭୂମିକା ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ା ମୟଙ୍କ ତିୱାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଚିତ୍ତରଞ୍ଜନ ପ୍ରଧାନ, ଉପସଚିବ ଚିତ୍ତରଞ୍ଜନ ମହାନ୍ତି, ସିକା’ ପ୍ରକଳ୍ପ ମ୍ୟାନେଜର ସଞ୍ଜୟ ମହାନ୍ତି, ପ୍ରକଳ୍ପ ସଂଯୋଜକ ସେକ ଇଜାଜ ଇକବାଲ ଓ ସିକାର ଅଧିକାରୀମାନେ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories