www.samajalive.in
Saturday, December 13, 2025
26.1 C
Bhubaneswar

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଉଭୟ ଟେଷ୍ଟ ଓ ଟି-ଟ୍ବେଣ୍ଟି ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। କେ.ଏଲ. ରାହୁଲ ଟି-ଟ୍ବେଣ୍ଟି ପାଇଁ ନୂଆ ଅଧିନାୟକ ଏବଂ ଋଷଭ ପନ୍ଥ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଦଳକୁ ଦିନେଶ କାର୍ତ୍ତିକ ଫେରିଥିବାବେଳେ ଉମ୍ରାନ ମଲ୍ଲିକ ନୂଆ ମୁହଁ ଭାବେ ମନୋନୀତ ହୋଇଛନ୍ତି। ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଭି.ଆୟର, ୱାଇ.ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆର.ବିଷ୍ମୋୟୀ. ହର୍ଷଲ ପଟେଲ, ଭୁବନେଶ୍ବର, ଅୱେଶ ଖାନ, ହର୍ଷଦୀପ ସିଂ, ୟୁ.ମଲ୍ଲିକଙ୍କୁ ଦଳରେ ସାମିଲ କରାଯାଇଛି।

ଗତବର୍ଷଠାରୁ ସ୍ଥଗିତ ଥିବା ଇଂଲାଣ୍ଡ ବିପକ୍ଷ ୫ମ ଟେଷ୍ଟ ଆସନ୍ତା ଜୁଲାଇ ୧ରେ ବର୍ମିହାମରେ ଖେଳାଯିବ । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଥିବା ଏହି ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ଭାରତୀୟ ଟେଷ୍ଟ ଦଳରେ ରୋହିତ ଶର୍ମା ଅଧିନାୟକ ଓ କେଏଲ.ରାହୁଲ ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରି, ଚେତେଶ୍ବର ପୂଜାରା, ଋଷଭ ପନ୍ତ, କେଏସ ଭରତ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବୀନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories