www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ରମ୍ପଙ୍କୁ ଜୋରିମାନା

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାର ତଦନ୍ତରେ ସହଯୋଗ କରୁ ନଥିବା ଅଭିଯୋଗରେ ନ୍ୟୁୟର୍କ ବିଚାରପତି ତାଙ୍କୁ ଭାରତୀୟ ମୁଦ୍ରାରେ ୮୫ ଲକ୍ଷ ୬୦ହଜାର ଟଙ୍କା (୧୧୦,୦୦୦ଡଲାର) ଜୋରିମାନା କରିଛନ୍ତି। ଟ୍ରମ୍ପଙ୍କ ବିରୋଧରେ ଟିକସ ଫାଙ୍କି ଓ ସରକାରୀ ଅଧିକାରୀଙ୍କୁ ଭୁଲ୍‌ ଅର୍ଥନୈତିକ ସୂଚନା ପ୍ରଦାନ ଅଭିଯୋଗ ହୋଇଥିଲା। ଏ ନେଇ ସେ ଅଦାଲତକୁ ମଧ୍ୟ ସହଯୋଗ କରୁ ନ ଥିଲେ। ଏ ସମ୍ପର୍କିତ ମାମଲାର ଶୁଣାଣି କରି ବିଚାରପତି ଅର୍ଥର ଏନ୍‌ଗୋରୋନ୍‌ ଅଦାଲତ ଅବମାନନା ଅଭିଯୋଗକ୍ରମେ ଗତ ମାସରେ ତାଙ୍କୁ ଦୈନିକ ୧୦ହଜାର ଡଲାର ଜୋରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ଗତ ସପ୍ତାହରେ ଟ୍ରମ୍ପଙ୍କ ପକ୍ଷରୁ ଅଦାଲତ ଚାହିଁବାନୁସାରେ ନଥିପତ୍ର ଦାଖଲ କରାଯିବା ପରେ ଏହି ଦଣ୍ଡାଦେଶ ସ୍ଥଗିତ ରହିଥିଲା; କିନ୍ତୁ ବିଚାରପତି ମେ ୨୦ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ଏହା କାର୍ଯ୍ୟକାରୀ ନ ହେବାରୁ ଟ୍ରମ୍ପଙ୍କ ବିରୋଧରେ ୧ଲକ୍ଷ ୧୦ହଜାର ଡଲାର ଜୋରିମାନା ଆଦେଶ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories