www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠରେ ମାଟ୍ରିକ୍‍ ଖାତା ମୂଲ୍ୟାୟନ ଆରମ୍ଭ

ଆଠଗଡ଼: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଶନିବାର ଆଠଗଡ଼ସ୍ଥିତ ବିଶ୍ୱନାଥ ବିଦ୍ୟାପୀଠ କେନ୍ଦ୍ରରେ ଆରମ୍ଭ ହୋଇଛି। ମେ ୨୧ତାରିଖ ଠାରୁ ଜୁନ ୨ତାରିଖ ପର୍ଯ୍ୟନ୍ତ ଏହି ମୂଲ୍ୟାୟନ କାର୍ଯ୍ୟ ଚାଲିବାକୁ ଥିବାବେଳେ ଆବଶ୍ୟକସ୍ଥଳେ ଏହା ଆଉ କିଛିଦିନ ବୃଦ୍ଧି ହୋଇପାରେ ବୋଲି କେନ୍ଦ୍ର ସୁପରଭାଇଜର ତଥା ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି କହିଛନ୍ତି। ଏଠାରେ ଓଡିଆ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ବିଷୟରେ ୭୮୯୦୭ଟି ଖାତାର ମୂଲ୍ୟାୟନ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦରୁ ଆସିଥିବା ଶିବିର ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ। ଏଠାରେ ଏହି ଖାତା ମୂଲ୍ୟାୟନ ପାଇଁ ମୋଟ ୯ଟି ୟୁନିଟ ଗଠନ କରାଯାଇଥିବାବେଳେ ସେଥିରେ ମୋଟ ୨୨୯ଜଣ ପରୀକ୍ଷକ ଖାତା ମୂଲ୍ୟାୟନ କରିବେ। ୫ଟି ୟୁନିଟରେ ୨୯ଜଣ ଲେଖାଏଁ ଏବଂ ୪ଟି ୟୁନିଟରେ ୨୧ଜଣ ଲେଖାଏଁ ପରୀକ୍ଷକ ରହିଥିବାବେଳେ ପ୍ରତି ୟୁନିଟରେ ଜଣେ ମୁଖ୍ୟ ପରୀକ୍ଷକ ଓ ଆଉ ଦୁଇଜଣ ଉପପରୀକ୍ଷକ ୟୁନିଟର ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଠଗଡ଼ ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ବିଶ୍ୱନାଥ ବିଦ୍ୟାପୀଠକୁ ଶନିବାର ପରିଦର୍ଶନରେ ଯାଇ ମାଟ୍ରିକ ଖାତା ମୂଲ୍ୟାୟନ କାର୍ଯ୍ୟ ତଦାରଖ କରିଥିଲେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମର ପ୍ରସାଦ ମହାରଣା ଓ ବରିଷ୍ଠ ଶିକ୍ଷକ କାଶିନାଥ ସାହୁ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଥିବାବେଳେ ମାଧ୍ୟମିକ ଶିକ୍ଷା ପରିଷଦରୁ ଆସିଥିବା ଶିବିର ଅଧିକାରୀ ଦୈତାରୀ ବାରିକ, ଉପଶିବିର ଅଧିକାରୀ ମହେନ୍ଦ୍ର କୁମାର ବେହେରା ଓ ସହାୟକ ଦେବେନ୍ଦ୍ରନାଥ ସିଂହ ଖାତାଗୁଡିକ ମୂଲ୍ୟାୟନ ପାଇଁ ଦେଣନେଣ ଓ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories