www.samajalive.in
Friday, December 12, 2025
15.1 C
Bhubaneswar

ପୁଣି ସିଙ୍ଗାରୀ ଘାଟିରେ ଓଲଟିଲା ଟ୍ରାକ୍ଟର

କଲମପୁର: ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି ସିଙ୍ଗାରୀ ଘାଟି। ରୀତିମତ ଏହି ଘାଟିରେ ଦୁର୍ଘଟଣା ଯୋଗୁଁ ଧନ ଜୀବନ ନଷ୍ଟ ହେଉଛି। ଗତ ମଙ୍ଗଳବାର ପିକଅପ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଶୁକ୍ରବାର ପିକଅଫ ଦୁର୍ଘଟଣାରେ ୩ ଜଣ ଆହତ ହେଇଥିଲେ। ପୁଣି ଶନିବାର ଏକ ଟ୍ରାକ୍ଟର ଦୁର୍ଘଟଣା ସାଧାରଣରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି।
ସୁଚନା ଅନୁସାରେ ଥୁଆମୁଲ ରାମପୁରର ଏକ ଟ୍ରାକ୍ଟର କୌଣସି କାମରେ କଲମପୁର ପଟକୁ ଆସୁଥିବା ବେଳେ ଡ୍ରାଇଭରର ଅସାବଧାନତା କାରଣରୁ ଏକ ମୋଡାଣି ନିକଟରେ ପ୍ରାୟ ୧୫ ଫୁଟ ତଳକୁ ଖସି ପଡି ଓଲଟିଯାଇଥିଲା। ସୌଭାଗ୍ୟ ବସତଃ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିଲେ ମଧ୍ୟ ଟ୍ରାକ୍ଟରର ଅବସ୍ଥା ଦୟନୀୟ ହେଇ ପଡିଛି। ଅନେକ ସମୟରେ ଅନଭିଜ୍ଞ ଚାଳକ ମାନେ ଘାଟି ଅଂଚଳରେ ଗାଡି ଇଞ୍ଜିନକୁ ବନ୍ଦ କରି ଚଳାଉଥିବାରୁ ଅନେକ ସମୟରେ ବ୍ରେକ ଫେଲ ହେବାସହ ଷ୍ଟିୟରିଂ ଅଚଳ ହେଇ ପଡୁଥିବାର ଏଭଳି ଦୁର୍ଘଟଣା ଘଟୁଛି। ତେଣୁ ପୁଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଘାଟି ଅଂଚଳରେ ଚଳା ଚଳ କରୁଥିବା ଯାନ ବାହାନର କାଗଜାତ କେତେଦୁର ବୈଧ, ଗାଡିର ବୀମା ଓ ·ଳକ ମାନଙ୍କ ଲାଇସନ୍ସ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏସେବୁ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories