www.samajalive.in
Sunday, December 14, 2025
23.1 C
Bhubaneswar

‘ଦି ନିୟୁ ମାରିଅନ୍’ ପଞ୍ଚତାରକା ହୋଟେଲର ଭିତ୍ତିପ୍ରସ୍ତର ସ୍ଥାପନ

ଚୌଦ୍ୱାର : ଚୌଦ୍ୱାର ନିକଟ ନୂଆପାଟଣା ଠାରେ ଲାଲଚାନ୍ଦ୍ ଗୃପ୍ ତରଫରୁ ‘ଦି ମାରିଅନ୍’ ନାମରେ ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ କରାଯାଉଛି। ଏହି ଉପଲକ୍ଷେ ଶୁକ୍ରବାର ଅପରାହ୍ଣରେ ନୂଆ ପାଟଣା ଡାକ ବଙ୍ଗଳା ପାଖରେ ନିର୍ଦ୍ଧାରିତ ସ୍ଥାନରେ ଆୟୋଜିତ ଉତ୍ସବରେ ଯାଜପୁର ବିଧାୟକ ତଥା ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାତା ସଂଧ୍ୟାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୋଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ହୋଟେଲ କଟକର ପ୍ରଥମ ପଞ୍ଚତାରକା ହୋଟେଲ ହେବ।

ପ୍ରାୟ ୧୨ ଏକର ପରିମିତ ଜାଗା ଉପରେ ୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ହୋଟେଲରେ ୩୦ଟି ସ୍ୱତନ୍ତ୍ର ଭିଲ୍ଲା, ୬୦ଟି ଅତ୍ୟାଧୁନିକ ସୁଟ, ସମ୍ମିଳନୀ କକ୍ଷ, ବୃହତ୍ ଡାଇନିଂ ହଲ, ରେଷ୍ଟୁରାଣ୍ଟ, ସପିଂ ମଲ୍, ସୁଇମିଂ ପୁଲ, ଲନ୍, ସେଲୁନ୍,ସ୍ପା ଓ ହେଲ୍ଥ କ୍ଲବ୍ ଆଦି ସବୁ ପ୍ରକାର ବ୍ୟବସ୍ଥା ଏଥିରେ ରହିବା ସହିତ ପର୍ଯ୍ୟଟକ ମାନଙ୍କୁ ଏହା ବିଶେଷ ଭାବେ ଆକୃଷ୍ଟ କରିବ ବୋଲି ଲାଲଚାନ୍ଦ୍ ଗୃପ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସଂଜୟ ହଂସ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା ଓ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ହୋଟେଲ କାର୍ଯ୍ୟକ୍ଷମ ହେଲେ ଏଥିରେ ୧୬୦ରୁ ଅଧିକ ଲୋକ ନିଯୁକ୍ତି ପାଇବେ ବୋଲି ଶ୍ରୀ ହଂସ ସୂଚନା ଦେଇଥିଲେ । ଲାଲଚାନ୍ଦ୍ ଗୃପ୍ର ସହ ପ୍ରତିଷ୍ଠାତା ଅମ୍ରିତା ହଂସ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲାପାଳ ଭବାନୀ ଶଂକର ଚଇନୀ, ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତ ରାଓ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଅମ୍ବର କର, ଟାଙ୍ଗୀ ବିଡ଼ିଓ ଆଶୁତୋଷ ମିଶ୍ରଙ୍କ ସମେତ ଗୃପ୍ରର ବହୁ ଅଧିକାରୀ ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories