www.samajalive.in
Sunday, December 14, 2025
26.1 C
Bhubaneswar

ଇଣ୍ଡୋନେସିଆ ଉଠାଇବ ପାମ୍‍ ତେଲ ରପ୍ତାନି କଟକଣା

ଜାକର୍ତ୍ତା : ଇଣ୍ଡୋନେସିଆ ସରକାର ପାମ୍‍ ତେଲ ରପ୍ତାନି ଉପରେ ଜାରି କରିଥିବା କଟକଣା ଖୁବଶୀଘ୍ର ଉଠାଇନେବେ। ଏହା ଭାରତ ଭଳି ବିଶ୍ୱର ଏକ ବୃହତ ଖାଇବା ତେଲ ଆମଦାନୀକାରୀ ତଥା ବ୍ୟବହାରକାରୀ ରାଷ୍ଟ୍ର ପାଇଁ ଆଶ୍ୱସ୍ତିର ବିଷୟ ହୋଇଛି। ବିଶ୍ୱର ସର୍ବବୃହତ ପାମ୍‍ ତେଲ ଯୋଗାଣକାରୀ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ସୋମବାର ଠାରୁ ଏହା ପାମ୍‍ ତେଲ ଉପରେ ଜାରି କରିଥିବା କଟକଣାକୁ ପ୍ରତ୍ୟାହାର କରିନେବ। ଭାରତ ପ୍ରତିବର୍ଷ ବିଦେଶରୁ ପ୍ରାୟ ୧୩ରୁ ୧୩.୫ ନିୟୁତ ଟନ୍‍ ଖାଇବା ତେଲ ଆମଦାନୀ କରିଥାଏ। ସେଥିମଧ୍ୟରୁ ପ୍ରାୟ ୬୩% ବା ୮ରୁ ୮.୫ ନିୟୁତ ଟନ୍‍ ହେଉଛି ପାମ୍‍ ତେଲ। ସେଥିମଧ୍ୟରୁ ପ୍ରାୟ ୪୫ରୁ ୫୦% କେବଳ ଇଣ୍ଡୋନେସିଆରୁ ଏବଂ ଅବଶିଷ୍ଟ ପଡୋଶୀ ମାଲୟେସିଆରୁ ଆମଦାନୀ କରାଯାଉଛି। ଇଣ୍ଡୋନେସିଆର ଘରୋଇ ବଜାରରେ ପାମ୍‍ ତେଲ ଦର ଲିଟର ପିଛା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ତର ୧୪ହଜାର ରୁପିୟାକୁ ହ୍ରାସ ପାଇନଥିଲେ ମଧ୍ୟ ଏହି ଶିଳ୍ପରେ ନିୟୋଜିତ ପ୍ରାୟ ୧୭ ନିୟୁତ ଶ୍ରମିକଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ସରକାର ପାମ୍‍ ତେଲ ରପ୍ତାନିକୁ ଅନୁମତି ଦେବେ ବୋଲି ଦେଶର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି। ସେ କହିଛନ୍ତି ଯେ ଘରୋଇ ବଜାରରେ ସମ୍ପ୍ରତି ପ୍ରଚୁର ପରିମାଣରେ ଖାଇବା ତେଲ ଉପଲବ୍ଧ ହେଉଛି। ପାମ୍‍ ତେଲ ରପ୍ତାନି ଉପରେ ଚଳିତ ବର୍ଷ ଏପ୍ରିଲ ୨୮ରେ କଟକଣା ଜାରି ପୂର୍ବରୁ ଇଣ୍ଡୋନେସିଆରେ ତେଲ ଦର ଲିଟର ପିଛା ୧୯,୮୦୦ ରୁପିୟାକୁ ବୃଦ୍ଧିପାଇଥିବାବେଳେ ସମ୍ପ୍ରତି ତାହା ୧୭,୨୦୦ରୁ ୧୭,୬୦୦ ରୁପିୟା ମଧ୍ୟରେ ରହିଛି। ଇଣ୍ଡୋନେସିଆ ସରକାରଙ୍କର ଏଭଳି ନିଷ୍ପତ୍ତି ଭାରତ ପାଇଁ ବଡ ଆଶ୍ୱସ୍ତି ଆଣିଦେଇଛି। ଏହାଦ୍ୱାରା ଦେଶରେ ଖାଇବା ତେଲ ଦର ହ୍ରାସପାଇବା ଆଶା କରାଯାଉଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories