ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜାତୀୟ ଜୈବ ଇନ୍ଧନ ନୀତି-୨୦୧୮କୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ନୀତିରେ ଅନେକ ସଂଶୋଧନ କରାଯିବା ପରେ ତାହାକୁ ଅନୁମୋଦନ କରାଯାଇଥିବା ଜଣାଯାଇଛି। ଉକ୍ତ ସଂଶୋଧନ ମଧ୍ୟରେ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ୨୦୨୫-୨୬ରୁ ୨୦୩୦କୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୪-୧୫ ତୁଳନାରେ ପେଟ୍ରୋଲିୟମ ଆମଦାନୀ ପରିମାଣ ୨୦୨୨ ସୁଦ୍ଧା ୧୦% ହ୍ରାସ କରିବା ଲକ୍ଷ୍ୟରେ ଏହି ନୀତି ପ୍ରସ୍ତୁତ କରାଯାଇଥିଲା। ଏକ ପାଞ୍ଚସୂତ୍ରୀ କୌଶଳ କାର୍ଯ୍ୟକାରୀ କରାଯାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି କୁହାଯାଇଛି। ସେଗୁଡିକ ମଧ୍ୟରେ ଘରୋଇ ଉତ୍ପାଦନ ବୃଦ୍ଧି, ଜୈବଇନ୍ଧନ ଏବଂ ଅକ୍ଷୟ ଶକ୍ତିର ଗ୍ରହଣୀୟତା, ଶକ୍ତି ସଞ୍ଚୟ ସର୍ତ୍ତାବଳୀ, ବିଶୋଧନ ପ୍ରକ୍ରିୟାଗୁଡିକରେ ଉନ୍ନତି ଏବଂ ଚାହିଦା ସ୍ଥିତି ଆଦି ଅନ୍ତର୍ଭୁକ୍ତ। ଜାତୀୟ ଜୈବ ଇନ୍ଧନ ନୀତି ପ୍ରଥମେ ୨୦୦୯ରେ ପ୍ରସ୍ତୁତ କରାଯିବା ପରେ ୨୦୧୮ରେ ସେଥିରେ ସଂଶୋଧନ କରାଯାଇଥିଲା। କେନ୍ଦ୍ର କ୍ୟାବିନେଟ ୨୦୧୮ର ଏହି ଚ…
Popular Categories



