www.samajalive.in
Saturday, December 13, 2025
26.1 C
Bhubaneswar

ଚିଦାମ୍ବରମ ଲିଙ୍କ୍; ଝାରସୁଗୁଡାରେ ସିବିଆଇ ଯାଞ୍ଚ

ଝାରସୁଗୁଡା: ପି. ଚିଦାମ୍ବରମ ୨୦୧୦ରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନର ସେପକୋ କମ୍ପାନୀର ୨୫୦ ଅଧିକାରୀଙ୍କୁ ବେଆଇନ ଭାବେ ଭାରତୀୟ ଭିସା ଦେବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଜି କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା କାର୍ଯ୍ୟାଳୟ ଓ ଘରେ ଚଢାଉ ହେବା ସହ ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ କାର୍ତ୍ତିଙ୍କ ଲିଙ୍କ୍‌ରେ ଚଢାଉ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡା ସମେତ ଦେଶର ମୋଟ୍ ୧୦ ସ୍ଥାନରେ ସିବିଆଇ ଚଢାଉ କରିଛି। ମଙ୍ଗଳବାର ସକାଳୁ ଝାରସୁଗୁଡା ବେଦାନ୍ତ ପରିସରସ୍ଥିତ ବାହ୍ୟ ନିଯୁକ୍ତି ସଂସ୍ଥା ସେପକୋ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀ ଯାଞ୍ଚ ଜାରି ରଖିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories