www.samajalive.in
Sunday, December 14, 2025
26.1 C
Bhubaneswar

ନାଟୋରେ ଯୋଗ ଦେବାକୁ ଫିନ୍‌ଲାଣ୍ଡର ଘୋଷଣା

ନୂଆଦିଲ୍ଲୀ: ରୁଷ୍‌ର ଅନ୍ୟତମ ପଡୋଶୀ ରାଷ୍ଟ୍ର ଫିନଲାଣ୍ଡ ନାଟୋରେ ଯୋଗଦେବାକୁ ଘୋଷଣା କରିଛି। ଫିନଲାଣ୍ଡ ରାଷ୍ଟ୍ରପତି ସୌଲି ନିନିଷ୍ଟୋ ଓ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ରବିବାର ରାଷ୍ଟ୍ରପତି ଭବନରେ ଏକ ମିଳିତ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ନିଷ୍ପତ୍ତିକୁ ଫିନଲାଣ୍ଡ ପାର୍ଲାମେଣ୍ଟର ଅନୁମୋଦନ ଆବଶ୍ୟକ ଥିବାବେଳେ ଏହା କେବଳ ଏକ ବିଧିବ୍ୟବସ୍ଥା ଭାବେ ବାକି ରହିଛି। ପାର୍ଲାମେଣ୍ଟର ଅନୁମୋଦନ ପରେ ବ୍ରସେଲ୍ସସ୍ଥିତ ନାଟୋ ମୁଖ୍ୟାଳୟରେ ଫିନଲାଣ୍ଡ ନିଜର ସଦସ୍ୟତା ପାଇଁ ବିଧିବଦ୍ଧ ଆବେଦନ କରିବ ବୋଲି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଏହି ଆବେଦନ ପ୍ରକ୍ରିୟା ଆସନ୍ତା ସପ୍ତାହରେ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ନାଟୋର ସଦସ୍ୟତା ପାଇଁ ୟୁକ୍ରେନ ଆଗ୍ରହ ପ୍ରକାଶ କରି ରୁଷ୍‌ର ଆକ୍ରୋଶର ଶିକାର ହୋଇଛି। ନାଟୋ ସଦସ୍ୟତା ଆବେଦନର ପ୍ରକ୍ରିୟାରୁ ୟୁକ୍ରେନ ନ ଓହରିବାରୁ ରୁଷ୍‌ ଏହା ଉପରେ ଆକ୍ରମଣ କରିଛି। ରୁଷ୍‌ ଓ ଫିନଲାଣ୍ଡ ମଧ୍ୟରେ ୧୩୦୦ କିମି ସୀମା ରହିଛି। ଏପରିକି ରୁଷ୍‌ର ସବୁଠାରୁ ବଡ ସହର ସେଣ୍ଟ ପିଟର୍ସବର୍ଗର ୧୭୦ କିମି ସୀମା ଫିନଲାଣ୍ଡ ସହ ଲାଗିଛି। ଫିନଲାଣ୍ଡ ଯଦି ନାଟୋରେ ସାମିଲ ହୁଏ ତେବେ ନାଟୋ ସହିତ ରୁଷ୍‌ର ସୀମା ଦୁଇଗୁଣ ହୋଇଯିବ। ତେବେ ନାଟୋରେ ଫିନଲାଣ୍ଡର ସଦସ୍ୟତାକୁ ତୁର୍କୀ ବିରୋଧ କରିଛି। ତେବେ ନାଟୋର ଉପମୁଖ୍ୟ କହିଛନ୍ତି ଯେ ତୁର୍କୀର ବିରୋଧକୁ ପ୍ରଶମନ କରିବାରେ ସେମାନେ ସଫଳ ହୋଇଛନ୍ତି।

ନାଟୋର ସଦସ୍ୟତା ପାଇଁ ଫିନଲାଣ୍ଡ ଘୋଷଣା କରିବା ପରେ ରୁଷ୍ ଏହାକୁ ଧମକ ଦେଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ନାଟୋରେ ଯୋଗ ଦେବାକୁ ଘୋଷଣା କରି ଫିନଲାଣ୍ଡ ବଡ ଭୁଲ୍ କରିବାକୁ ଯାଉଛି। ଫିନଲାଣ୍ଡର ଏହି ନିଷ୍ପତ୍ତି ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି କରିବ। ଫିନଲାଣ୍ଡ ଯଦି ନାଟୋରେ ଯୋଗ ଦେବାକୁ ଅଗ୍ରସର ହୁଏ ତେବେ ଏହା ୟୁକ୍ରେନ ଭଳି ସାମରିକ ଅଭିଯାନର ସମ୍ମୁଖୀନ ହେବ। ନର୍ଥ ଆଣ୍ଟଲାଟିକ୍ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ହେଉଛି ଏକ ଆନ୍ତର୍ଜାତିକ ସାମରିକ ସଂଗଠନ। ଏହା ଏକ ମିଳିତ ସୁରକ୍ଷା ବ୍ୟବସ୍ଥା। ଏଥିରେ ଏବେ ୩୦ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି। ଏହି ୩୦ ସଦସ୍ୟ ମଧ୍ୟରେ ୨୮ଟି ୟୁରୋପୀୟ ରାଷ୍ଟ୍ର ସହିତ ଆମେରିକା ଓ କାନାଡା ସଦସ୍ୟ ଅଛନ୍ତି। ଏହି ସଦସ୍ୟ ରାଷ୍ଟ୍ରଗୁଡିକର ମିଳିତ ସାମରିକ ପ୍ରତିଷ୍ଠାନ ରହିଛି ଯାହା ତୃତୀୟ ପକ୍ଷ ବିରୋଧରେ ମିଳିତ ଆକ୍ରମଣ କରିଥାଏ। ୧୯୪୯ ଏପ୍ରିଲ ୪ରେ ଏହାକୁ ପ୍ରତିଷ୍ଠା ହୋଇଥିଲା।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories