www.samajalive.in
Sunday, December 14, 2025
26.1 C
Bhubaneswar

ଚର୍ଚ୍ଚାରେ ଗୁଣୁପୁର ପୋୖର ପରିଷଦ, ଅଡିଟ ରିପୋର୍ଟକୁ ନେଇ ଚର୍ଚ୍ଚା

ଗୁଣୁପୁର: ସାମନାକୁ ଆସିଛି ଗୁଣୁପୁର ପୋୖର ପରିଷଦର ଏକ ଚିଠି। ଏହି ଚିଠି ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଆଉ ଚିଠିକୁ ନେଇ ଏବେ ପୌର ପରିଷଦର ଗୁମର ଦାଣ୍ଡରେ ପଡି ହାଟରେ ଗଡୁଛି। ପୋୖର ପରିଷଦର ଏକ ବଡ଼ ଧରଣର ଦୁର୍ନୀତି ଓ ଅର୍ଥ ହଡପ ହୋଇଥିବା ଅଡିଟ ରିପୋର୍ଟରେ ଦର୍ଶାଯାଇଛି। ଅଡିଟ ରିପୋର୍ଟକୁ ନେଇ ପୋୖର ପରିଷଦର କୋଷାଧ୍ୟକ୍ଷଙ୍କୁ ଏହି ଟଙ୍କା ଜମା କରିବାକୁ ଦର୍ଶାଯାଇଛି। ଗତ ୨୦୧୭ ଏପ୍ରିଲରୁ ୨୦୧୭ ଡିସେମ୍ବର ଯାଏଁ ମୋଟ ୨୫ ଲକ୍ଷ ୨୦ ହଜାର ୭୦୦ ଟଙ୍କା ତୁରନ୍ତ ଜମା କରିବାକୁ ଦାୟିତ୍ଵରେ ଥିବା କୋଷାଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ।

ତେବେ ଏତେ ଟଙ୍କା କୁଆଡେ ଗଲା, କିଏ ହଡପ କଲା ତାକୁ ନେଇ ଟଣା ଓଟରା ଆରମ୍ଭ ହୋଇଛି। ଏଥିପାଇଁ କିଏ ଦାୟୀ ଓ ତାଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଦ୍ୟ ସମାପ୍ତ ପୋୖର ନିର୍ବାଚନ ସମାପ୍ତ ହେବା ପରେ ଗୁଣୁପୁରରେ ସ୍ୱାଧୀନ ଦଳ ବୃହତ ବିଜୟ ହାସଲ କରି ପରିଷଦ ଗଠନ କରିଛନ୍ତି। ସ୍ତ୍ରୀ ପୋୖର ଅଧ୍ୟକ୍ଷା ହୋଇଥିବା ବେଳେ ସ୍ୱାମୀ ପୋୖର ଉପାଧ୍ୟକ୍ଷ ହୋଇ ମନମୁଖୀ ରାଜ କରୁଥିବା ବିଜେଡି ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ପୋୖର ପରିଷଦ ବୈଠକରେ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କୁ ଅଣଦେଖା କରିବା ସହ ବିଜେଡିରୁ ଯେଉଁମାନେ କାଉନ୍ସିଲର ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମତାମତକୁ ଅଣଦେଖା କରାଯାଉଥିବା ଚର୍ଚ୍ଚାର ପରିସରକୁ ଆସିଛି। ଏପରିକି ନିଜ ପସନ୍ଦ ମୁତାବକ ପୋୖର କର୍ମଚାରୀଙ୍କୁ ରଖିବା, ବିଭିନ୍ନ ଅଧିକାରୀଙ୍କୁ ବଦଳି ଓ ରିଲିଭ କରାଇବା ଭଳି କାର୍ଯ୍ୟ କରାଯାଉଥିବା ଖୋଦ ବିଜେଡି ଅଭିଯୋଗ କରିଛି। ଏଭଳି ଏକ ଚାଟିଆ କାରବାର ଯୋଗୁଁ କେବେବି ସହରର ବିକାଶ ହୋଇ ପାରିବ ନାହିଁ ବୋଲି କୁହାଯାଇଛି। ତେବେ ଆଗକୁ ପୋୖର ପରିଷଦର ଏହି ରାଜନୀତି ଓ ଦୁର୍ନୀତି କିପରି ରଙ୍ଗ ନେବ ତାହା ଦେଖିବାକୁ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories